ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ: ଲକ୍ଷ୍ମୀସାଗର ଥାନାରେ ବିଜେପି ଓ କଂଗ୍ରେସର ପ୍ରତିନିଧି ଦଳ

ଭୁବନେଶ୍ୱର: ରାଜଧାନୀର ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ପ୍ରତିବାଦରେ ବିଜେପି ଓ କଂଗ୍ରେସର ପ୍ରତିନିଧି ଦଳ ଲକ୍ଷ୍ମୀସାଗର ଥାନାରେ ପହଞ୍ଚିଛନ୍ତି। ଏଣେ ବ୍ୟବସାୟୀମାନେ ବି କ୍ଷତିପୂରଣ ଦାବିରେ ଥାନା ପହଞ୍ଚିଛନ୍ତି। କ୍ଷତିପୂରଣ ଦିଆ ନ ଗଲେ ଆନ୍ଦୋଳନ ହେବ ବୋଲି ବିଜେପି ନେତାମାନେ କହିଛନ୍ତି। ତେଣେ ଘଟଣାସ୍ଥଳକୁ ମେୟର ଆସନ୍ତୁ ବୋଲି ଦାବି କଂଗ୍ରେସ ଦାବି କରିଛି।


ସୂଚନାଯୋଗ୍ୟ, ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ପ୍ରତିବାଦରେ ଗତ ଶକ୍ରବାର ଦିନ ବିଜେପି ଓ ସ୍ଥାନୀୟ ବ୍ୟବସାୟୀଙ୍କ ପକ୍ଷରୁ କଟକ-ପୁରୀ ରାସ୍ତାର ଲକ୍ଷ୍ମୀସାଗର ଗୋଲେଇ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଥିଲା। ଦୋକାନୀମାନଙ୍କୁ କ୍ଷତିପୂରଣ ଓ ଥଇଥାନ ଦାବିରେ ରାସ୍ତା ଅବରୋଧ କରାଯାଇଥିଲା। ଗତ ପୌର ନିର୍ବାଚନରେ ବିଜେପିର ମେୟର ପ୍ରାର୍ଥୀ ହୋଇଥିବା ଡକ୍ଟର ସୁନୀତି ମୁଣ୍ଡ, ବରିଷ୍ଠ ବିଜେପି ନେତା ବାବୁ ସିଂହ, ଜଗନ୍ନାଥ ପ୍ରଧାନ ଓ ସ୍ଥାନୀୟ ବିଜେପି କର୍ପୋରେଟର୍ ଧରିତ୍ରୀ ଜେନା ପ୍ରମୁଖ ମଧ୍ୟ ରାସ୍ତା ଅବରୋଧରେ ସାମିଲ ହୋଇଥିଲେ। ପୁଲିସ ବିକ୍ଷୋଭକାରୀମାନଙ୍କୁ ଉଠାଇନେଉଥିବାର ଦେଖିବାକୁ ମିଳିଥିଲା। ଯେପର୍ଯ୍ୟନ୍ତ ବ୍ୟବସାୟୀମାନେ ନ୍ୟାର୍ଯ୍ୟ ଦାବି ପରଇବେ ନାହିଁ, ସେ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ନେତା ବାବୁ ସିଂହ କହିଥିଲେ।

Kalinga Tv

ଏହି ସମୟରେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା। ୩ ଏକର ୨୦୭ ଡେସମିଲ ଜାଗାରେ ୨୦୦ରୁ ଉର୍ଦ୍ଧ୍ବ ଦୋକାନ ଉଚ୍ଛେଦ ହୋଇଛି। ଉଚ୍ଛେଦ ବେଳେ ୧୪୪ ଧାରା ଲାଗୁ କରାଯାଇଥିଲା। ଏହାକୁ ନେଇ ଦୁଇ ଜଣ ଲୋକ ଆସି ଗାଳିଗୁଲଜ କରିବାରୁ ପୁଲିସ ଉଭୟଙ୍କୁ ଅଟକ ରଖିଥିବାର ସୂଚନା ମିଳିଥିଲା।

 

ସମ୍ବନ୍ଧିତ ଖବର