‘ସମ୍ବାଦ’ ରିପୋର୍ଟକୁ ନେଇ ବିଧାନସଭାରେ ଝଡ଼ : ଗାନ୍ଧୀଜୀଙ୍କ ପାଇଁ ଚାପ ବଢ଼ିଲା

୧୫୦ତମ ଜୟନ୍ତୀ ପାଳନ ଉଦାସୀନତା ନେଇ ଅସନ୍ତୋଷ

ଗାନ୍ଧୀଙ୍କ ସଂପର୍କରେ ସାତ ଦଫା ପ୍ରସ୍ତାବ ରଖିଲେ ନରସିଂହ
ଅକ୍ଟୋବର ୨ରୁ ନିଶା ବନ୍ଦ ଲାଗି ତାରା, ମୋହନଙ୍କ ପ୍ରସ୍ତାବ
ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ବିଧାୟକଙ୍କ ଦାବି
ନରସିଂହଙ୍କ ଗଡସେ ମନ୍ତବ୍ୟକୁ ନେଇ ଗର୍ଜିଲା ବିଜେପି
ସବୁ ନିଷ୍ପତ୍ତି କାର୍ଯ୍ୟକାରୀ ପାଇଁ ବାଚସ୍ପତିଙ୍କ ନିର୍ଦେଶ

ଭୁବନେଶ୍ବର : ‘ଗାନ୍ଧୀଙ୍କୁ ଭୁଲିଗଲେ’ ସଂକ୍ରାନ୍ତରେ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ଖବରକୁ ନେଇ ଆଜି ବିଧାନସଭାରେ କମ୍ପନ ସୃଷ୍ଟି େହାଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଗୃହ ସାମ୍ନାକୁ ଆଣିବା ପରେ ପାଖାପାଖି ୪୫ ମିନିଟ୍ ଧରି ଏ ପ୍ରସଙ୍ଗରେ ସରଗରମ ଆେଲାଚନା େହାଇଥିଲା। କେବଳ ସେତିକି ନୁେହଁ, ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେ ସଂପର୍କରେ ଶ୍ରୀ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ବିଜେପି ବିଧାୟକମାେନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ତେବେ ଦଳମତ ନିର୍ବିେଶଷରେ ବିଧାୟକମାନେ ଗାନ୍ଧୀବାଦ ସଂପର୍କରେ ଆେଲାଚନା ଲାଗି ସ୍ବତନ୍ତ୍ର ଅଧିେବଶନ ଡାକିବା ପାଇଁ ଦାବି ଜଣାଇଥିଲେ। ଗୃହ ଉଦବେଗକୁ ଲକ୍ଷ୍ୟ ରଖି ବାଚସ୍ପତି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ନିେର୍ଦଶ ଦେଇଥିଲେ େଯ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ରାଜ୍ୟ ସରକାର େଯଉଁ ସବୁ ନିଷ୍ପତ୍ତି େନଇଥିଲେ ତାହା କାର୍ଯ୍ୟକାରୀ କରିବା ଲାଗି ଦୃଷ୍ଟି ଦିଅନ୍ତୁ।

ଆଜି ଶୂନ୍ୟକାଳ ଆରମ୍ଭ େହବା ମାତ୍ରେ କଂଗ୍ରେସ ନେତା ଶ୍ରୀ ମିଶ୍ର ବୈଧାନିକ ପ୍ରଶ୍ନ ଉତ୍ଥାପନ କରି ମହାତ୍ମାଗାନ୍ଧୀଙ୍କ ପ୍ରସଙ୍ଗ ଉଠାଇଥିଲେ। କହିଥିଲେ େଯ ଆମର ଦୁର୍ଭାଗ୍ୟ େଯ ଜାତିର ଜନକଙ୍କୁ ଆମେ ଭୁଲିବାକୁ ବସିଲୁଣି। ଉଭୟ େଦଶ ଓ ରାଜ୍ୟ ସରକାର ମହାତ୍ମାଗାନ୍ଧୀଙ୍କୁ ଭୁଲିଗଲେଣି। ଗତବର୍ଷ ଅଗଷ୍ଟ ୧୫ ତାରିଖଦିନ ସେ ଏକ ବିଦ୍ୟାଳୟକୁ ପତାକା ଉତ୍ତୋଳନ କରିବା ଲାଗି ଯାଇଥିଲେ, େଯଉଁଠାରେ ଛାତ୍ରଛାତ୍ରୀମାନେ ମହାତ୍ମାଗାନ୍ଧୀ କି ଜୟ େବାଲି େସ୍ଲାଗାନ ଦେଉଥିଲେ। ହେଲେ େଯତେବେଳେ ମହାତ୍ମାଗାନ୍ଧୀ କିଏ େବାଲି ସେ ପଚାରିଲେ େସତେବେଳେ କେହି ବି କିଛି କହିପାରିଲେ ନାହିଁ।

‘ସମ୍ବାଦ’ ଖବର କାଗଜ ଦେଖାଇ ଓ ପଢି ଶ୍ରୀ ମିଶ୍ର ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ପ୍ରସଙ୍ଗ ଉଠାଇଥିଲେ। କହିଥିଲେ, ଜାନୁଆରି ୩୦ ତାରିଖରେ ମହାତ୍ମାଗାନ୍ଧୀଙ୍କ ତିେରାଧାନ ଦିବସରେ କିଛି େଲାକ ତାଙ୍କ ଫଟୋ ଚିତ୍ରକୁ ଗୁଳି ମାରିଲେ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ େହଲା ନାହିଁ। ବରଂ ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମକୁ କିଛି େଲାକ ପୂଜା କଲେଣି। ତା ପାଇଁ ମନ୍ଦିର ତିଆରି ହେଲାଣି। ଏବେ କୁହାଯାଉଛି େଯ ତୁମେ ଗାନ୍ଧୀବାଦରେ ବିଶ୍ବାସ କରୁଛ ନା ଗଡସେବାଦରେ।

ଶ୍ରୀ ମିଶ୍ର କହିଥିଲେ, ଓଡ଼ିଶା ସରକାର ୧୫୦ ତମ ଜନ୍ମ ବାର୍ଷିକୀ ପାଳନ କରିବା ଲାଗି ଅନେକ କାର୍ଯ୍ୟକ୍ରମ େଘାଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ କମିଟି ଗଠନ େହାଇଥିଲା। ସେ ନିଜେ ଏଥିରେ ସଦସ୍ୟ ଥିଲେ। ଥରୁଟିଏ ବୈଠକ ବସିଛି। ଆଉ କୌଣସି କାର୍ଯ୍ୟକ୍ରମ େହାଇନାହିଁ।

ଶ୍ରୀ ମିଶ୍ର ପ୍ରସ୍ତାବ ଦେଇଥିଲେ େଯ ୧୫୦ ତମ ବର୍ଷରେ ପ୍ରାଥମିକ େଶ୍ରଣୀରୁ ବିଶ୍ବବିଦ୍ୟାଳୟ ଯାଏ ଗାନ୍ଧୀଜୀଙ୍କ ସଂପର୍କରେ ସରକାର ପାଠ୍ୟକ୍ରମ ରଖନ୍ତୁ। ଆସନ୍ତା ଶିକ୍ଷାବର୍ଷରୁ ହିଁ ଏହାକୁ ଲାଗୁ କରାଯାଉ। ଅେକ୍ଟାବର ୨ ତାରିଖକୁ ଛୁଟି ନ କରାଯାଇ ସେହିଦିନ ସ୍ବତନ୍ତ୍ର ଭାବେ ଗାନ୍ଧୀଜୀଙ୍କ ପାଇଁ ଉତ୍ସବ ପାଳନ କରାଯାଉ। ସ୍କୁଲଠାରୁ ବିଶ୍ବବିଦ୍ୟାଳୟ ଯାଏ ବକ୍ତୃତା କାର୍ଯ୍ୟକ୍ରମ କରାଯାଉ। ବିଭିନ୍ନ ପର୍ଯ୍ୟାୟରେ ଗାନ୍ଧୀଜୀ ୭୯ ଦିନ ଓଡ଼ିଶାରେ ରହିଥିଲେ। େଯଉଁସବୁ ସ୍ଥାନକୁ ସେ ଯାଇଥିଲେ, ତାହାକୁ ସ୍ମାରକୀ ଘୋଷଣା କରାଯିବା ଉଚିତ। ଭୁବନେଶ୍ବରରେ ଗାନ୍ଧୀ େସଣ୍ଟର େହଉ। ଏହି ଅବସରରେ ଶ୍ରୀ ମିଶ୍ର ୬୦ରୁ ବର୍ଷରୁ ଊର୍ଧ୍ବ ଗରିବ ବୃଦ୍ଧ ଓ ବୃଦ୍ଧାଙ୍କ ମାସିକ ଭତ୍ତା ପରିମାଣ ୧ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଥିଲେ।

ତେବେ କଂଗ୍ରେସ ବିଧାୟକ ଦଳ ନେତା ନାଥୁରାମଙ୍କ ସଂପର୍କରେ େଯଉଁ ମନ୍ତବ୍ୟ ଦେଇଥିଲେ, ତାକୁ ବିେରାଧ କରି ବିେଜପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। କହିଥିଲେ, ଗାନ୍ଧୀ ହତ୍ୟାକାରୀ କିଏ, ତାକୁ ସମସ୍ତେ ଜାଣନ୍ତି। ଗାନ୍ଧୀ ହତ୍ୟାକାରୀ ଗଡ୍‌ସେର ଆରଏସ୍ଏସ୍ ବା ବିଜେପି ସହ ସଂପର୍କ ନାହିଁ। ଗଡସେ ହିନ୍ଦୁ ମହାସଭାର େବାଲି ପ୍ରମାଣିତ େହାଇସାରିଛି। ଏଣୁ ସବୁବେଳେ ବିଜେପି ଓ ଆରଏସ୍ଏସକୁ େଯାଡି ଆକ୍ଷେପ କରିବା ଠିକ୍ ନୁହେଁ। ସେ ଆହୁରି କହିଥିଲେ, ବିଜେପି ଗାନ୍ଧୀବାଦରେ ବିଶ୍ବାସ କରେ। ନିଜେ ପ୍ରଧାନମନ୍ତ୍ରୀ ୧୫୦ ତମ ଜୟନ୍ତୀ ପାଳନ କରୁଛନ୍ତି। ୨୦୨୨ ସୁଦ୍ଧା କୌଣସି ଛାତ ନଥିବା ପରିବାର ରହିବେ ନାହିଁ େବାଲି ବିଜେପି ସଂକଳ୍ପ ନେଇଛି। ଗାନ୍ଧୀବାଦ ସଂପର୍କରେ ସ୍ବତନ୍ତ୍ର ଭାବେ ଆେଲାଚନା େହଉ। ବିଜେପି ପ୍ରସ୍ତୁତ ଅଛି। ବିେରାଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, ଗାନ୍ଧୀଜୀଙ୍କ ନୀତି ଆଦର୍ଶରେ ପ୍ରଧାନମନ୍ତ୍ରୀ ଅଛନ୍ତି। କେଉଁଠି କିଏ ଟିପ୍ପଣୀ ଦେଲା, ତାକୁ େଯାଡି ବିଜେପିକୁ ଆକ୍ଷେପ କରିବା ଠିକ୍ ନୁହେଁ।

ବିେଜଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ, କୌଣସି ବି ପରିସ୍ଥିତିରେ ଗାନ୍ଧୀ କିମ୍ବା ଗାନ୍ଧୀବାଦକୁ କେହି ଭୁଲିପାରିବେ ନାହିଁ। େକନ୍ଦ୍ର ସରକାର ବର୍ଷକ ପାଇଁ ପାଳନ କରିବାକୁ ନିଷ୍ପତ୍ତି େନଇଛନ୍ତି, ଓଡ଼ିଶା ସରକାର ଦୁଇ ବର୍ଷ ପାଳନ କରିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ େହାଇଛି। ନିର୍ବାଚନ ଆଚରଣ ବିଧି ଦୃଷ୍ଟିରୁ ଏହା ବିଳମ୍ବିତ େହାଇଛି। କଂଗ୍ରେସ ବିଧାୟକ ଦଳ ନେତାଙ୍କ ପ୍ରସ୍ତାବକୁ ସ୍ବାଗତ କରି ଶ୍ରୀ ଶତପଥୀ କହିଥିଲେ େଯ ଓଡ଼ିଶାରେ ଗାନ୍ଧୀଜୀ େଯଉଁ ସବୁ ସ୍ଥାନକୁ ଯାଇଥିଲେ, ସେଠାରେ ସ୍ମାରକୀ ନିର୍ମାଣ ସହିତ ତାହାକୁ ପର୍ଯ୍ୟଟନସ୍ଥଳୀ ଭାବେ େଘାଷଣା କରାଯିବା ଦରକାର।

ବିଦ୍ୟାଳୟ ପାଠ୍ୟକ୍ରମରେ ଗାନ୍ଧୀଜୀଙ୍କ ଜୀବନୀ ସ୍ଥାନ ପାଇବା ଦରକାର େବାଲି ପ୍ରସ୍ତାବ େଦଇଥିଲେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର। କହିଥିଲେ, ଗାନ୍ଧୀଜୀଙ୍କ ଉପରେ ବକ୍ତୃତା କରାଯାଉ ଓ ଗାନ୍ଧୀଜୀ ଆସିଥିବା ସ୍ଥାନକୁ ପର୍ଯ୍ୟଟନ ସର୍କିଟ କରାଯିବାର ଆବଶ୍ୟକତା ରହିଛି। କେବଳ ସେତିକି ନୁହେଁ, ଶ୍ରୀ ମିଶ୍ର ଆହୁରି କହିଥିଲେ େଯ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ଅନ୍ତର୍ଭୁକ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ େକନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ଲାଗି ବିଜେପି ବିଧାୟକମାନେ ପଦକ୍ଷେପ ନେବା ଉଚିତ୍।
ବିଧାୟକ ଅତନୁ ସବ୍ୟସାଚୀ କହିଥିଲେ, ଇଂଲଣ୍ଡର ମଞ୍ଚେଷ୍ଟରରେ ବି ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି ସ୍ଥାପନ େହାଇଛି। ଗାନ୍ଧୀଜୀଙ୍କ ଆଦର୍ଶ ବିଶ୍ବବ୍ୟାପୀ ଗ୍ରହଣୀୟ। ଗାନ୍ଧୀବାଦକୁ କେହି େଶଷ କରିପାରିବେ ନାହିଁ। ଓଡ଼ିଶା ସରକାର ଏକ କମିଟି ଗଠନ କରିଛନ୍ତି। ଉଭୟ ସଂସ୍କୃତି ଓ େଲାକସଂପର୍କ ବିଭାଗର ମନ୍ତ୍ରୀଙ୍କ ସେଂଯାଜନାରେ ଏସବୁ କାର୍ଯ୍ୟକାରୀ ହେବା ଉଚିତ୍। ତେବେ ଗାନ୍ଧୀବାଦ ସଂପର୍କରେ ୨ରୁ ୩ ଦିନ ପାଇଁ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ସେ ବାଚସ୍ପତିଙ୍କ ନିକଟରେ ଦାବି ରଖିଥିଲେ।

ସେହିଭଳି ବିଧାୟକ ଭୂପିନ୍ଦର ସିଂହ କହିଥିଲେ, ଗାନ୍ଧୀଜୀଙ୍କ ଚିତାଭସ୍ମ କଟକ ପ୍ରିମିୟର ବ୍ୟାଙ୍କରେ ରହିଯାଇଥିଲା। ୧୯୯୭ରେ ସେ ନିଜେ ସେ ସମୟରେ ମନ୍ତ୍ରୀ ଭାବେ ଏହାକୁ ମୁଣ୍ଡାଇ ତ୍ରିବେଣୀରେ ବିସର୍ଜନ କରିଥିଲେ। ମୁଖ୍ୟମନ୍ତ୍ରୀ େଯଉଁ ଅହିଂସା ଶବ୍ଦକୁ ମୁଖବନ୍ଧରେ େଯାଡିବା ପାଇଁ ପ୍ରସ୍ତାବ ଦେଇଛନ୍ତି, େସ େନଇ ପ୍ରଧାନମନ୍ତ୍ରୀଙ୍କୁ େଭଟିବା ଲାଗି ଦଳମତ ନିର୍ବିେଶଷରେ ସମସ୍ତେ ଯିବା ଲାଗି ଆହ୍ବାନ େଦଇଥିଲେ। କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଥିଲେ, ମୁଖ୍ୟମନ୍ତ୍ରୀ ଥରେ ବୈଠକ ଡାକି ଭୁଲିଗଲେ। ଆଉ କିଛି େହଲାନାହିଁ। ଆସନ୍ତା ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକୁ ସମ୍ପୂର୍ଣ୍ଣ ନିଶା ନିବାରଣ କରିବା ଲାଗି ସେ ଦାବି କରିଥିଲେ। ବିେରାଧୀ ଦଳ ମୁଖ୍ୟ ସଚେତକ େମାହନ ମାଝୀ ମଧ୍ୟ ଅକ୍ଟୋବର ୨ରୁ ନିଶା ନିବାରଣ ପ୍ରସ୍ତାବ େଦଇଥିଲେ। ଶ୍ରୀ ମାଝୀ କହିଥିଲେ, ସମ୍ବିଧାନର ଧାରା ୪୭ରେ ନିଶା ନିବାରଣ କଥା ଅଛି। ଏ େନଇ ସଂକଳ୍ପ େନବା ଦରକାର। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଓ ବିେଜଡି ବିଧାୟକ ପ୍ରଦୀର ମହାରଥୀ ମଧ୍ୟ ଆେଲାଚନାରେ ଭାଗ େନଇଥିଲେ।

ସମ୍ବନ୍ଧିତ ଖବର