ବିଜେପିର ରାଜ୍ୟ କୋର କମିଟି ଗଠିତ, ବାଦ ପଡ଼ିଲେ ଅପରାଜିତା, ବିଜୟ

ଭୁବନେଶ୍ବର : ବିଜେପି ପକ୍ଷରୁ ରାଜ୍ୟ କୋର୍ କମିଟି ଘୋଷଣା କରାଯାଇଛି । ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ମୋଟ ୧୫ ଜଣ ନେତା ସ୍ଥାନ ପାଇଛନ୍ତି । ତେବେ ଏଥିରୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଓ ବରିଷ୍ଠ ନେତା ବିଜୟ ମହାପାତ୍ର ବାଦ ପଡ଼ିବାକୁ ନେଇ ଚର୍ଚ୍ଚା ଧରିଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି କମିଟି ଗଠନ କରିଛନ୍ତି । ରାଜ୍ୟରେ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ଭାବେ ଏହା କାମ କରିବ ବୋଲି ଆଲୋଚନା ହେଉଛି ।

 

ନବ ଗଠିତ କୋର କମିଟିରେ ୩ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡ଼ୁଙ୍କ ସମେତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା, ରାଜ୍ୟ ସଂଗଠନ ସମ୍ପାଦକ ମାନସ କୁମାର ମହାନ୍ତି, ବରିଷ୍ଠ ନେତା ମନମୋହନ ସାମଲ,କେଭି ସିଂହଦେଓ, ସମ୍ବିତ ପାତ୍ର ଏବଂ ସୁରମା ପାଢ଼ୀଙ୍କୁ ସ୍ଥାନ ମିଳିଛି ।

 

 

 

 

 

 

ସମ୍ବନ୍ଧିତ ଖବର