ବିଜେପିର କରୋନା ସଚେତନତା : ଲୋକଙ୍କୁ ମାସ୍କ ଓ ସାବୁନ ବାଣ୍ଟିଲେ

ଫୁଲବାଣୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ କନ୍ଧମାଳରେ ବିଜେପି ପକ୍ଷରୁ ଲୋକଙ୍କୁ କରୋନା ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଫୁଲବାଣୀ ସହରର ବିଭିନ୍ନ ୱାର୍ଡ ବୁଲି କରୋନା ସଚେତନ କରିବା ସହ ଲୋକଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରିଛନ୍ତି। ଫୁଲବାଣୀ ନଗର ବିଜେପି ସଭାପତି ସୁଶାନ୍ତ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦଳର ବରିଷ୍ଠ ନେତା ଲିଙ୍ଗରାଜ ଦଳବେହେରା,ଦେବନାୟରାୟଣ ପ୍ରଧାନ,ବିପ୍ରବର ସ୍ବାଇଁ,ବନ ମହାନ୍ତି,ସୁଧାଂଶୁ ଗୁରୁ,ସ୍ବରୁପା ପଟ୍ଟନାୟକ,ଧବଳ ସାହୁ,ସମୀର ଦିଗାଲ,ଅରବିନ ମହାପାତ୍ର,ପରେଶ ମହାପାତ୍ରଙ୍କ ସମେତ ବହୁ ନେତା ଓ କାର୍ଯ୍ୟକର୍ତ୍ତା କରୋନା ସଚେତନତା କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି।

ସମ୍ବନ୍ଧିତ ଖବର