ଭୁବନେଶ୍ୱର : ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଶାସକ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଆଜି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ଏ ସମ୍ପର୍କରେ ଫେରାଦ ଜଣାଇଛନ୍ତି। ଦଳ ପକ୍ଷରୁ ଅଭିଯୋଗ ହୋଇଛି ଯେ ଅକ୍ଟୋବର ୧୬ ତାରିଖରେ ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡି ପ୍ରାର୍ଥୀ ବହୁ ବସ୍ ଓ କାର୍ରେ ନିଜ ସମର୍ଥକଙ୍କୁ ଆଣିଥିଲେ। ଶହ ଶହ ବିଜେଡି କର୍ମୀ ବାଇକ ରାଲି କରି କରୋନା ନିୟମକୁ ଉଲ୍ଲଂଘନ କରିଥିଲେ। ଏପରି ବେନିୟମ କାର୍ଯ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଆଗରେ ହୋଇଥିଲେ ବି ଏଯାବତ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ସେହିପରି ଅକ୍ଟୋବର ୧୫ ତାରିଖ ଦିନ ରଘୁନାଥପୁର ବ୍ଲକ୍ରେ ହୋଇଥିବା ବିଜେଡି କର୍ମୀ ସମ୍ମିଳନୀରେ ବିଜେଡି ସାଂସଦ ରାଜଶ୍ରୀ ମଲ୍ଲିକ, ମନ୍ତ୍ରୀ ପ୍ରତାପ ଜେନା, ବିଜେଡି ନେତା ଦେବାଶିଷ ସାମନ୍ତରାୟ ଓ କର୍ମୀମାନେ ସାମାଜିକ ଦୂରତା ପାଳନ ନ କରି ଓ ମାସ୍କ ପରିଧାନ ନ କରି କୋଭିଡ ଗାଇଡ୍ଲାଇନ୍କୁ ଉଲ୍ଲଂଘନ କରିଥିଲେ। ଏହି ବୈଠକକୁ ଯିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ସରକାରୀ ଗାଡ଼ି ବ୍ୟବହାର କରିବା ସହ ଅନ୍ୟ ବିଜେଡି ନେତାମାନେ ଦଳୀୟ କର୍ମୀମାନଙ୍କୁ ଟଙ୍କା ବାଣ୍ଟିଥିଲେ, ଯାହାକି ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରିଛି। ଏହି ଘଟଣାରେ ନିରପେକ୍ଷ ତଦନ୍ତ କରାଯାଇ ବିଜେଡି ପ୍ରାର୍ଥୀ, ସାଂସଦ, ମନ୍ତ୍ରୀ ଏବଂ ନେତାଙ୍କୁୁ କାରଣ ଦର୍ଶାଅ ନୋଟିସ ପଠାଇବା ସହ ଆଇନ ଅନୁଯାୟୀ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିନିଧି ଦଳ ଦାବି କରିଛି। କୋଭିଡ ନିୟମ ଓ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ସମ୍ବଳିତ ଫଟୋ ଓ ଭିଡିଓ ସିଇଓଙ୍କୁ ପ୍ରଦାନ କରାଯାଇଥିଲା। ପ୍ରତିନିଧି ଦଳରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ଲିଗାଲ୍ କୋର୍ଡିନେଟର୍ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।
ତିର୍ତ୍ତୋଲରେ ବିଜେଡି ନିର୍ବାଚନ ଆଚରଣ ବିଧିି ଉଲ୍ଲଂଘନ କରିଛି : ବିଜେପି
ସିଇଓଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ, ଉପନିର୍ବାଚନ ପାଇଁ ସିଇଓଙ୍କ କାର୍ଯ୍ୟାଳୟରେ ରାଜ୍ୟ ସ୍ତରୀୟ ନିୟନ୍ତ୍ରଣ କକ୍ଷ
/sambad/media/post_attachments/wp-content/uploads/2020/10/oec-bjp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)