ମଦ ଯୋଗାଇ ଥିବା ବ୍ୟକ୍ତିଙ୍କୁ ଗିରଫ ଦାବି କଲା ବିଜେପି

ବିଜେପି ପକ୍ଷରୁ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ପୀରହାଟ ନୂଆବଜାର ଠାରେ ରାସ୍ତାରୋକ କରାଯାଇଥିଲା। ମୃତକ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସରକାରୀ କ୍ଷତିପୂରଣ ପ୍ରଦାନ, ଗୁରୁତରମାନଙ୍କର ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରିବା ଓ ମଦ ଯୋଗାଇଥିବା ବ୍ୟକ୍ତିଙ୍କୁ ଗିରଫ୍‌ କରିବାକୁ ଦାବୀ କରିଥିଲେ। ସନ୍ଧ୍ୟାରେ ବିଜେପିନେତା ମନମୋହନ ସାମଲଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ମଦ ମୃତ୍ୟୁରେ ଶାସକ ଦଳର ପ୍ରାର୍ଥୀ ୫୦ ପେଟି ମଦ ଆଣି ଜଣେ ଛାମୁଆ ନେତାଙ୍କ ଘରେ ରଖି ନିର୍ବାଚନ ଦିନରେ ଭୋଟରଙ୍କୁ ବଣ୍ଟା ଯାଇଥିବା ଅଭିଯୋଗ ଉଠାଇଛନ୍ତି। ଏଥିରେ ଶାସକ ଦଳର ୪୪ ଜଣଙ୍କ ନାମରେ ପୀରହାଟ ଫାଣ୍ତିରେ ଏତଲା ଦେବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି। ପୀରହାଟ ସାପ୍ତାହିଟ ହାଟ ନିକଟରେ ଥିବା ପାଣି ପମ୍ପ ପରିସରରେ କୁଢ କୁଢ ମଦ ବୋତଲ ପଡିଥିବା ଏବ˚ ପମ୍ପ ଘର ବନ୍ଦ ଥିବାରୁ ସେଠାରେ ମଦ ଥିବା ବିଜେପି ଅଭିଯୋଗ କରିଛି। ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ମନମୋହନ ସାମଲଙ୍କ ସହ ସା˚ସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ପ୍ରତାପ ଚନ୍ଦ୍ର ଧଳ, ଦୁର୍ଗା ଦାସ, ସ˚ଗ୍ରାମ ମହାନ୍ତିି, ଶଶିକାନ୍ତ ବିଶ୍ବାଳ, ମଙ୍ଗରାଜ ନାୟକ, ମାନସ ରଞ୍ଜନ ନାୟକ, କମଳା ସୂତାର, କାହ୍ନ ବେହେରା, ଶରତ ପଡିହାରୀ, ପ୍ରୁଫୁଲ ପାଢୀ, ରାଜାରାମ ମହାକୁଡ, ହେମନ୍ତ ମହାନ୍ତିି, ପ୍ରଣବ ମହାନ୍ତିି, ଅଭୟ କର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର