ପ୍ରିଜାଇଡିଙ୍ଗ୍ ଅଫିସରମାନେ ଜାଣିଶୁଣି ବିଜେପି ଏଜେଣ୍ଟମାନଙ୍କୁ ଫର୍ମ ନମ୍ବର ୧୭ସି ଦେଉନାହାନ୍ତି : ବିଜେପି

ଭୁବନେଶ୍ୱର : ରାଜ୍ୟରେ ନିର୍ବାଚନ ଦାୟିତ୍ୱରେ ଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଏହାକୁ ସୂଚାରୁ ରୂପେ ପରିଚାଳନା କରିବା କଥା । କିନ୍ତୁ ଅନେକ ଯାଗାରେ ବିଜେପି ଏଜେଣ୍ଟମାନଙ୍କୁ ଫର୍ମ ନମ୍ବର ୧୭ସି ନଦେଇ ପ୍ରିଜାଇଡିଙ୍ଗ୍ ଅଫିସରମାନେ ନିର୍ବାଚନୀ ନିୟମ ୪୯ ଏସକୁ ୧୯୬୧ ମସିହାକୁ ଖୋଲା ଖୋଲି ଭାବେ ଉଲ୍ଲଘଂନ କରୁଛନ୍ତି । ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ପର୍ଯ୍ୟାପ୍ତ ପରିମାଣର ଏଜେଟଂମାନଙ୍କୁ ଫର୍ମ ପ୍ରଦାନ କରାଯାଉ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କରିଛନ୍ତି ।

ସବୁ ରାଜନୈତିକ ଦଳମାନଙ୍କର ଅଧିକାର ଅଛି ସେମାନେ କେତେ ଭୋଟ ମତଦାନ ହୋଇଛି, ଏଥିରେ ମହିଳା ଏବଂ ପୁରୁଷ ସଂଖ୍ୟା କେତେ ରହିଛି ତାହା ଏଜେଣ୍ଟମାନେ ଜାଣିବା କଥା କିନ୍ତୁ ବିଜେପିର ଏଜେଣ୍ଟମାନଙ୍କୁ ଏହା ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ପ୍ରତିନିଧି ଦଳରେ ନିର୍ବାଚନ ପ୍ରକୋଷ୍ଠର ଆବାହକ ଶ୍ରୀ ରବିଶଙ୍କର ପଟ୍ଟନାୟକ ଏବଂ ସଂଯୋଜକ ଶ୍ରୀ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର