ଭୁବନେଶ୍ବର : ଗୁଇନ୍ଦା ବିଭାଗର ଡିଆଇଜି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସୁରକ୍ଷା ଦାୟିତ୍ବରେ ଥିବା ଆଶିଷ ସିଂହ ଓ ତାଙ୍କ ଟିମ୍ ବିଜେଡି ପାଇଁ କାମ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି। ବିଜେପି ପକ୍ଷରୁ କୁହାଯାଇଛି, ପୂର୍ବରୁ ଅବିଭକ୍ତ ଗଞ୍ଜାମ ଜିଲ୍ଲାରେ ଆଶିଷ ସିଂହ ଦାୟିତ୍ବରେ ଥିଲା ବେଳେ ବିଜେଡିକୁ ସୁହାଇଲା ପରି ରାଜନୈତିକ କାର୍ଯ୍ୟ କରୁଥିଲେ। ଗୁଇନ୍ଦା ଡିଆଇଜି ଭାବେ ଦାୟିତ୍ବ ନେଲା ପରେ ଏବେ ନିଜ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ବିଜେଡିର ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି। ଆଗକୁ ଆଶିଷ ସିଂହଙ୍କ ପରି ଅଧିକାରୀମାନେ ନିର୍ବାଚନରେ ସରକାରୀ ଦଳ ପାଇଁ କାର୍ଯ୍ୟ କରିବେ। ତୁରନ୍ତ ଶ୍ରୀ ସିଂହଙ୍କୁ ଦାୟିତ୍ବରୁ ହଟାଯାଉ। ହଟା ଯିବା ପର୍ଯ୍ୟନ୍ତ ତାଙ୍କ ବାସଭବନକୁ ସିସିଟିଭି କ୍ୟାମେରାେର ନୀରିକ୍ଷଣ କରାଯିବାକୁ ଦଳ ଦାବି କରିଛି। ଏହି ପ୍ରତିନିଧି ଦଳରେ ସୁରଥ ବିଶ୍ବାଳ, ଜୀବନ ସାହୁ, ରବିଶଙ୍କର ପଟ୍ଟନାୟକ, ଜୟନ୍ତ ଜେନା ଓ ହିତେଶ କୁମାର ନାୟକ ପ୍ରମୁଖ ସାମିଲ ହୋଇଥିଲେ।
ଆଶିଷ ସିଂହଙ୍କୁ ଦାୟିତ୍ବରୁ ହଟାଇବାକୁ ଦାବି କଲା ବିଜେପି
/sambad/media/post_attachments/wp-content/uploads/2019/03/Ashish-Kumar-Singh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)