ବିଧାୟକ ସୁବାସ ପାଣିଗ୍ରାହୀ ନୁହେଁ, ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ: ବିଜେପି

ଭୁବନେଶ୍ବର: ପୁରୀ, ନୂଆପଡ଼ା ଓ ସୁନ୍ଦରଗଡ଼ ଯାଉଛନ୍ତି, କରୋନା ହେଉନି। କିନ୍ତୁ ବିଧାନସଭା ଆସିଲେ କରୋନା ହେଇଯିବ। କାହା ଘରେ ବସି ବିଧାନସଭା ଚାଲେନି। ନୂଆପଡ଼ା ଯାଇ ବାଟରେ ମନ୍ତ୍ରୀ ବରା ଖାଇବେ କରୋନା ହେଲାନି , ବିଧାନସଭା ଆସିଲେ କରୋନା ହେଇଯିବ। ଏଥିପାଇଁ ମନ୍ତ୍ରୀ ବସିବେ ଲୋକସଭା ଭବନରେ। ଏଭଳି ଅଭିଯୋଗ ଆଣିଛି ବିଜେପି। ମନ୍ତ୍ରୀମାନେ କାହିଁକି ପ୍ରତିବାଦ କରି ଗୃହ ଭିତରକୁ ଯାଇଥିଲେ ସେମାନେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବି ଦଳ କହିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ବିଜେପିର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦାବି କରିଛନ୍ତି।

କଣ୍ଟିଜେନ ଫଣ୍ଡରୁ କାଳିଆ ଟଙ୍କା ବାଣ୍ଟିଛନ୍ତି। ଧାନ କିଣିପାରିବେନି। ରାଜ୍ୟ ସରକାର କେବଳ ବାହାନା କରୁଛନ୍ତି। କଂଗ୍ରେସ ପାଖରେ ଶବ୍ଦ ନାହିଁ। ସାଧାରଣ ଲୋକଙ୍କୁ ନେଇ ରାଜନୀତି କରୁଛି ବୋଲି କହିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

ଏଣେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭରୁ ଆଜି ପୁଣିଥରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି।  ଯାହାଫଳରେ ଆଜି ବି ପ୍ରଥମରୁ ଚାଲିପାରିନାହିଁ ଗୃହ ।

ଚାଷୀଙ୍କ ମଣ୍ଡି ସମସ୍ୟାକୁ ନେଇ ଗୃହ ଆରମ୍ଭରୁ ମଧ୍ୟଭାଗକୁ ଆସି କଂଗ୍ରେସ ଓ ବିଜେପିର ସଦସ୍ୟ ପ୍ରବଳ ହଟ୍ଟଗୋଳ କରିଥିଲେ। ସେହିଭଳି ଗୃହରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ କ୍ଷମା ମାଗନ୍ତୁ ବୋଲି ଦାବି କରି ଶାସକ ବିଜେଡିର ସଦସ୍ୟ ମଧ୍ୟ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଆଉ ପ୍ରବଳ ହଟ୍ଟଗୋଳ ଭିତରେ ଗୃହକୁ ପ୍ରଥମେ ଦିନ ୧୧ଟା ୩୦ ଯାଏଁ  ଓ ପରେ ୧୫ ମିନିଟ୍ ଯାଏଁ ମୁଲତବୀ କରିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

ସମ୍ବନ୍ଧିତ ଖବର