ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ଆଜି ନିରପେକ୍ଷ ନିର୍ବାଚନ ଏବଂ ବିଜେପି ପ୍ରାର୍ଥୀଙ୍କୁ ସୁରକ୍ଷା ପ୍ରଦାନ ନେଇ ଜିଲ୍ଲାପାଳ ଏବଂ ଏସପିଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛି। ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲଙ୍କ ନେତୃତ୍ବରେ  ଏହି ପ୍ରତିନିଧି ଦଳରେ ପୂର୍ବତନ ସାଂସଦ ବଳଭଦ୍ର ମାଝି, ପର୍ଶୁରାମ ମାଝି, ଜୟରାମ ପାଙ୍ଗୀ, କାଳୀରାମ ମାଝି, ରମେଶ ସାହୁ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଶ୍ୟାମଲ ସୁନାନି, ଗୁରୁ ଚରଣ ମହାନ୍ତି, ସଂଜୟ ସରକାର, ମାଣିକ ଚକ୍ରବର୍ତ୍ତୀ, ନବଘନ ଲୋକେଇ ପ୍ରମୁଖ ଉପସ୍ଥିତ ଥିଲେ।ବିଜେପିର ଏହି ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଏବଂ ଏସ୍‌ପିଙ୍କୁ ଭେଟି କୋରକୋଣ୍ଡା ଜୋନ-୨ର ପ୍ରାର୍ଥୀ ପ୍ରଦୀପ କୁମାର ମାଡକାମୀଙ୍କୁ କିପରି ଦୁର୍ବୃତ୍ତମାନେ ଅପହରଣ କରିନେବା ପରେ ଛାଡି ଦେବା ଏବଂ ପ୍ରଚାର ନକରିବା ପାଇଁ ଧମକାଇବା ବିଷୟରେ ଅଭିଯୋଗ କରିଥିଲେ।

Advertisment

publive-image

ଏପରିକି ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କୁ ବିଜେଡି ଟଙ୍କାର ପ୍ରଲୋଭନ ଦେଖାଇ କିଣିବାକୁ ଚେଷ୍ଟା ମଧ୍ୟ କରୁଥିବା ଅଭିଯୋଗ କରିଥିଲେ। ତେବେ ବିଜେପିର ପ୍ରାର୍ଥୀମାନେ ଶାସକ ଦଳର ଏହି ପ୍ରଲୋଭନକୁ ଖାତିର ନକରି ଲଢେଇ କରିବା ପାଇଁ କହିଥିଲେ।ଗତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରି ଜିଲ୍ଲା ପରିଷଦ ଆସନକୁ ହାତେଇଥିବା ବେଳେ ଏଥର ମଧ୍ୟ ବିଜେପି ସମସ୍ତ ଜିଲ୍ଲା ପରିଷଦ ଆସନକୁ ହାତେଇବ ବୋଲି ଭୟ କରି ବିଜେଡି ଏଭଳି କାଣ୍ଡ କରୁଥିବା ବିଜେପି ଅଭିଯୋଗ କରିଥିଲା। ସମସ୍ତ ବିଜେପି ନେତାଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ବିଜେପି ଦାବି କରିଥିଲା। ସ୍ବଚ୍ଛ ନିର୍ବାଚନ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଥିଲା। ବିଜେଡିର ଏଭଳି ଚାଲକୁ ବିଜେପି ଏବଂ ଲୋକେ ଜାଣିସାରିଲେଣି। ତେଣୁ ବିଜେଡି ହାରିବାରେ ଭୟ କରି ଏଭଳି କରୁଥିବା ବିଜେପି ଅଭିଯୋଗ କରିଥିଲା।