ବ୍ରହ୍ମଗିରି ନିର୍ବାଚନ ମଣ୍ଡଳିରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ପ୍ରସଙ୍ଗ :  ପ୍ରିଜାଇଡିଂ ଓ ପୋଲିଂ ଅଫିସରମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ସେହି ବୁଥ୍‌ରେ ପୁର୍ନବାର ମତଦାନ କରିବାକୁ ବିଜେପିର ଦାବି

ଭୁବନେଶ୍ୱର : ଗତକାଲି ତୃତୀୟ ପର୍ଯ୍ୟାୟ ମତଦାନରେ ବ୍ରହ୍ମଗିରି ବିଧାନସଭା ନିର୍ବାଚନୀ ମଣ୍ଡଳୀର କମାଶାସନ ଅଂଳଚର ଥିବା ବୁଥ୍ ନମ୍ବର ୨୨୨ରେ ଭୋଟରମାନେ ପଦ୍ମ ଚିହ୍ନରେ ଭୋଟ ଦେବାକୁ ଚାହୁଁଥିବା ବେଳେ ତାଙ୍କୁ କାର୍ଯ୍ୟରତ ପ୍ରିଜାଇଡିଂ ଓ ପୋଲିଂ ଅଫିସରମାନେ ବିଜେଡି ଦଳର ପ୍ରାର୍ଥୀଙ୍କୁ ଅଧିକରୁ ଅଧିକ ଭୋଟ ଦେବାକୁ ଯାଇ ପଦ୍ମ କାମ କରୁନି ଶଙ୍ଖରେ ଚିପି ଦିଅ କହି ଶଙ୍ଖ ଚିହ୍ନରେ ବଟଂନ ଦବାଇ ଦେଇଥିଲେ ।
ଯାହାର ଭିଡିଓ ଏବଂ ଅଡିଓକୁ ବୈଦ୍ୟୁତିକ ଗଣମାଧ୍ୟମ ଏବଂ ଡିଜିଟାଲ ଚ୍ୟାନେଲରେ ପ୍ରସାରଣ କରିଥିଲା । ଏହାର ପ୍ରତିବାଦରେ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ।

ସେହିପରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳିରେ ସେହି ସମାନ ବୁଥରେ ଜଣେ ଭୋଟର ପଦ୍ମ ଚିହ୍ନରେ ଭୋଟ ଦେଇଥିଲେ ମଧ୍ୟ ତାହା ଭିଭିପାଟରେ ଶଙ୍ଖ ଚିହ୍ନ ଦେଖାଯାଇଥିବାର ଅଭିଯୋଗ ଆସିଛି । ମେସିନ୍ ଖରାଫ ଥିବାରୁ ଏବଂ ପଦ୍ମ ଚିହ୍ନର ବଟଂମ କାମ କରୁନି ବୋଲି ଭୋଟରମାନେ ବାରମ୍ଭାର ଅଭିଯୋଗ କରିବା ସ୍ୱତେ ବି କର୍ତ୍ୟବରତ ଅଫିସରମାନେ ମେସିନ୍ ଠିକ ଅଛି ବୋଲି କହିଥିଲେ । ଅଫିସରମାନେ ଭୋଟରଙ୍କୁ ଜବରଦସ୍ତି ବିଜେଡିର ଶ୍ରୀ ଦାସର୍ବମାଙ୍କୁ ଭୋଟ ଦେବାକୁ ବାଧ୍ୟ କରିଥିଲେ । ଏହା ଖୋଲାଖୋଲି ଭାବେ ପିଆର ଆକ୍ଟ ୧୯୫୧ଏବଂ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ୧୨୭, ୧୨୮, ୧୨୯, ୧୩୪(ଏ)କୁ ଉଲ୍ଲଘଂନ କରୁଛି । ସମ୍ପୃକ୍ତ ଅଫିସରମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ସେହି ବୁଥ୍‌ରେ ସାନି ମତଦାନ କରିବାକୁ ଏହି ପ୍ରତିନିଧି ଦଳ ଦାବି କରିଛି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତ ସିଂହାର, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଲ, ଶ୍ରୀରଂଜନ ମଙ୍ଗରାଜ ପ୍ରମୁଖ ସାମିଲ ଥିଲେ ।

ସମ୍ବନ୍ଧିତ ଖବର