ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଇସ୍ତଫା ଦାବି କଲା ବିଜେପି

ଭୁବନେଶ୍ୱର : ଗତ ୧୮ ତାରିଖରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ତଥା ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଦେବାଶିଷ ପାତ୍ର କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର ଥାନା ପଦନା ଗାଁରେ କାର୍ଯ୍ୟରତ ପୁଲିସ୍‌ କର୍ମଚାରୀଙ୍କୁ ଆକ୍ରମଣ କରି ସେମାନଙ୍କ ଠାରୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଛଡ଼ାଇ ନେବା ପରି ଭୟଙ୍କର କାଣ୍ଡ ଘଟାଇଥିଲେ ବୋଲି ବିଜେପି ଅଭିଯୋଗ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ବଦ୍ରି ବାବୁ କ୍ଷମତାକୁ ଆସିବା ଦିନ ଠାରୁ ଘଷିପୁରା, ଆନନ୍ଦପୁର ତଥା ସମଗ୍ର କେନ୍ଦୁଝର ଜିଲ୍ଲରୋ ନିଜ ପରିବାର ଲୋକ ଓ ଗୁଣ୍ଡାମାନଙ୍କ ଦ୍ୱାରା ଆତଙ୍କରାଜ ଚଳାଇ ଆସୁଥିବା ଅଭିଯୋଗ ହୋଇ ଆସୁଛି। ମନ୍ତ୍ରୀଙ୍କ ପୁଅ ଆଇନ୍‌କୁ ହାତକୁ ନେଇ ଯେଉଁ କାଣ୍ଡ ଭିଆଇଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ନତିକତା ଆଧାରରେ ମନ୍ତ୍ରୀ ଶ୍ରୀ ଇସ୍ତଫା ଦେବାକୁ ଦଳ ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦିକା ଶୋଭନା ମହାନ୍ତି ଓ ବିଜେପି ନେତା ପୃଥ୍ଵୀରାଜ କୁଅଁର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର