କୋଭିଡ୍ ମୃତ୍ୟୁ ନେଇ ଶ୍ୱେତପତ୍ର ପ୍ରକାଶ କରିବାକୁ ବିଜେପି ବିଧାୟକ ଦଳର ଦାବି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ପ୍ରସଙ୍ଗରେ  ବିଜେପି ବିଧାୟକ ଦଳ ପକ୍ଷରୁ ପତ୍ର ଲେଖାଯାଇଛି । ଏନେଇ ସୁଚନା ଦେଇଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି । ରାଜ୍ୟରେ କୋଭିଡ଼ ସଂକ୍ରମିତ ମୃତ୍ୟୁ ସଂଖ୍ୟାର ତଦନ୍ତ କରି ପ୍ରକୃତ ତଥ୍ୟ ବାହାର କରି ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ବିଜେପି କହିଛି । ନହେଲେ ପିତୃମାତୃ ହୀନ ଶିଶୁ ମାନେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ପାଇବାରୁ ବଂଚିତ ହେବେ ।

ଅନ୍ୟ ରାଜ୍ୟ ଭଳି ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ସାହାଯ୍ୟ ପ୍ରଦାନ କରନ୍ତୁ । କୋଭିଡରେ କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କୁ ବା ପରିବାରକୁ ଅନୁକମ୍ପା ରାଶି ସାହାଯ୍ୟ କରିବାକୁ ଦାବି କରିଛୁ । ଆଜି ପର୍ୟ୍ୟନ୍ତ ଜଣକୁ କାହାକୁ ଏହି ଅନୁକମ୍ପା ରାଶି ପ୍ରଦାନ କରାଯାଇନାହିଁ । ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମି ଭୁଶୁଡି ଯାଇଛି । ଓଡିଶାରେ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆୟୁଷ୍ମାନ ଯୋଜନାକୁ ଲାଗୁ କରନ୍ତୁ । ଏହାଦ୍ୱାରା ସାଢେ ଚାରି କୋଟି ଲୋକ ଉପକୃତ ହୋଇପାରିବେ ।

ସମ୍ବନ୍ଧିତ ଖବର