ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ବିଜେପି ପକ୍ଷରୁ ରାସନ ବଣ୍ଟନ

ଶେରଗଡ଼: ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଆଜି ଠାରୁ ଅସହାୟ ଏବଂ ଗରିବ ଲୋକଙ୍କ ନିମନ୍ତେ ଶୁଖିଲା ଖାଦ୍ୟ ବଣ୍ଟନ ଆରମ୍ଭ ହୋଇଛି। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପକ୍ଷରୁ ନିର୍ବାଚନମଣ୍ଡଳୀ ସଂଯୋଜକ ଶିଶିର କୁମାର ମିଶ୍ରଙ୍କ ତତ୍ୱାବଧାନରେ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇ. ରାମଚନ୍ଦ୍ର ପାତ୍ର, ମାଧବ ଗୌଡ଼, ସନ୍ତୋଷ ପାଣିଗ୍ରାହୀ ଏବଂ ଆକାଶ ପଟ୍ଟନାୟକଙ୍କୁ ନେଇ ଗଠିତ ରିଲିଫ କମିଟି ମାଧ୍ୟମରେ ହିଞ୍ଜିଳି ଏବଂ ଶେରଗଡ଼ ବ୍ଲକରେ ରାସନ ବଣ୍ଟନ କରାଯିବ। ଆଜି ଶେରଗଡ଼ ବ୍ଲକର ଧବଳପୁର ଏବଂ ଡେଙ୍ଗାପଦର ପଞ୍ଚାୟତରେ ରାସନ କିଟ ବଣ୍ଟନ କରାଯାଇଛି। ରାସନ କାର୍ଡ ହିତାଧିକାରୀ ଚୟନ ପ୍ରକ୍ରିୟାରେ ବହୁ ଗରିବ ବାଦ ପଡ଼ିଯାଇଥିବା ହେତୁ ଗରିବମାନେ ବର୍ତ୍ତମାନ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିଲା ବେଳେ ଦଳ ପକ୍ଷରୁ ଅସହାୟ ଏବଂ ଗରିବଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯିବ ବୋଲି ହିଞ୍ଜିଳି ନିର୍ବାଚନମଣ୍ଡଳୀ ବିଜେପି ସଂଯୋଜକ ଶିଶିର ମିଶ୍ର ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର