ବୌଦ୍ଧ/ଜହ୍ନାପଙ୍କ/ଲକ୍ଷ୍ମୀପ୍ରସାଦ : ବୁଧବାର ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଦ୍ମନପୁର ହାଇସ୍କୁଲ ପଡ଼ିଆରେ ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସଭା ଆୟୋଜିତ ହୋଇଥିଲା। ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ତାଙ୍କ ବକ୍ତବ୍ୟରେ ରାଜ୍ୟର ବିଜେଡି ସରକାରକୁ ଟାର୍ଗେଟ କରିଥିଲେ। ବୌଦ୍ଧ ଜିଲ୍ଲାରେ ସରକାରୀ କଲେଜ, ଜଳସେଚନ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ରେଳସେବା, ଗମନାଗମନ ବ୍ୟବସ୍ଥା ଯୋଗଇ ପାରି ନାହାନ୍ତି ବୋଲି କହିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ଆୟୁଷ୍ମାନ୍ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ୍ ନିଧି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯାହା ଫଳରେ ଲକ୍ଷ ଲକ୍ଷ ଜନସାଧାରଣ ଉପକୃତ ହେବାରୁ ବଂଚିତ ହେଉଛନ୍ତି। ଏଠାରେ ମଧ୍ୟ ସେ ଡବଲ ଇଞ୍ଜିନ କଥା କହିଥିଲେ। ବୌଦ୍ଧ ଜିଲ୍ଲାର ବିକାଶ ପାଇଁ କେନ୍ଦ୍ରରେ ଓ ରାଜ୍ୟରେ ବିଜେପି ସରକାର ଆସିବା ଦରକାର। ଏଥିପାଇଁ ଆସନ୍ତା ସାଧାରଣ ନିର୍ବାଚନରେ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ। ଜିଲ୍ଲା ସଭାପତି ସୌମିତ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଲୋକସଭା ପ୍ରାର୍ଥୀ ଖାରବେଳ ସ୍ୱାଇଁ, ବିଧାନସଭା ପ୍ରାର୍ଥୀ ସୁଶାନ୍ତ ପ୍ରଧାନ ବକ୍ତବ୍ୟ ଦେଇଥିଲେ।
ବୌଦ୍ଧ ଜିଲ୍ଲାରେ ବିଜେପି ଦେବ ଡବଲ ଇଞ୍ଜିନ୍, ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
/sambad/media/post_attachments/wp-content/uploads/2019/04/SBPHO10-Boudh-BJP-Double-Engine.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)