କଟକ/ଫୁଲନଖରା/ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ସ୍ବଚ୍ଛ ଭାରତ, ନିଶା ନିବାରଣ, ସ୍ବଦେଶୀ ଅର୍ଥନୀତି, ନୈତିକତାଯୁକ୍ତ ଶିକ୍ଷା, ଗଣତନ୍ତ୍ରର ମୂଲ୍ୟବୋଧର ବାର୍ତ୍ତା ଏବେ ମଧ୍ୟ ମହତ୍ତ୍ବ ରଖିଛି। ପ୍ଲାଷ୍ଟିକ୍ ମୁକ୍ତ ଭାରତ, ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ଜନସଂଖ୍ୟା ନିୟନ୍ତ୍ରଣ ଆଦି ଗାନ୍ଧୀଙ୍କ ବିଚାରକୁ ଜନ ଆନ୍ଦୋଳନରେ ପରିଣତ କରିବା ହିଁ ତାଙ୍କୁ ଜନ୍ମଦିନରେ ଶ୍ରେଷ୍ଠ ଉପହାର ହେବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Advertisment

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଶୁଭାରମ୍ଭ କରାଯାଇଛି। ରାଜ୍ୟର ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କଟକ ଜିଲ୍ଲାର ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମୃତି ପୀଠରେ କେନ୍ଦ୍ର ମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ସହ ରାଜ୍ୟ ନେତୃବୃନ୍ଦ ଗାନ୍ଧୀ ସ୍ମୃତି ପୀଠରୁ ପଦଯାତ୍ରା ଆରମ୍ଭ କରି ବାଲିସାହିରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ଏକ ସଭାରେ ଉଦ୍‌ବୋଧନ ଦେଇ ଶ୍ରୀ ପ୍ରଧାନ କହିଲେ, ଗାନ୍ଧୀ ବିଚାରର ଲକ୍ଷ୍ୟ ‌େହଲା ସର୍ବୋଦୟ। ଏହି ସର୍ବୋଦୟ ହିଁ ନରେନ୍ଦ୍ର ମୋଦୀଙ୍କ ଶାସନ ବ୍ୟବସ୍ଥାର ମୂଳବିନ୍ଦୁ। ଗରିବ ମା’ ଘରେ ଉଜ୍ଜ୍ବଳା ମାଧ୍ୟମରେ ସ୍ବଚ୍ଛ ଇନ୍ଧନ ପହଞ୍ଚାଇ ତା’ ଆଖିରେ ଲୁହ ପୋଛିବା ହେଉ କି ସ୍ବଚ୍ଛ ଭାରତ ଅଭିଯାନ‌େର ଗରିବ ଘରେ ପାଇଖାନା, ଗରିବଙ୍କୁ ପକ୍କା ଘର ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଗାନ୍ଧୀଙ୍କ ସ୍ବପ୍ନକୁ ସାର୍ଥକ କରିବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ। ସେହିପରି ବାପୁଙ୍କ ସ୍ବାବଲମ୍ବନଶୀଳନତା ସ୍ବରୂପ ହେଉଛି ମୋଦୀଙ୍କ ମେକ୍ ଇନ୍ ଇଣ୍ଡିଆ। ତାଙ୍କର ୧୫୦ତମ ଜୟନ୍ତୀ ଅବସରରେ ଏହି ମହାମାନବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନବଭାରତ ନିର୍ମାଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନକୁ କାର୍ଯ୍ୟକାରୀ କରିବା ଲାଗି ଶ୍ରୀ ପ୍ରଧାନ ଆହ୍ବାନ ଦେଇଥିଲେ।

ଏହି ଅବସରରେ ଭାରତକୁ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌ ପ୍ରଭାବରୁ ମୁକ୍ତ କରିବା, ପ୍ଲାଷ୍ଟିକ୍ ବଦଳରେ କାଗଜ ଓ କପଡ଼ା ବ୍ୟାଗ୍ ବ୍ୟବହାର କରିବା, ଜଳ ସଂରକ୍ଷଣ ଓ ଜନସଂଖ୍ୟା ନିୟନ୍ତ୍ରଣ ବାର୍ତ୍ତାର ପ୍ରଚାର କରିବା ସହ ଡିଜିଟାଲ୍‌ ପ୍ଲାଟ୍‌ଫର୍ମକୁ ଲୋକପ୍ରିୟ କରାଇବା ପାଇଁ ପ୍ରତ୍ୟେକ ଜନସାଧାରଣଙ୍କ ନିକଟକୁ ଯିବା ନିମନ୍ତେ ବିଜେପି କର୍ମକର୍ତ୍ତାମାନଙ୍କୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଶପଥ ପାଠ କରାଇଥିଲେ। ଏହି ସଭାରେ ରାଜ୍ୟସଭା ସା˚ସଦ ଅଶ୍ବିନୀ ବୈଷ୍ଣବ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ନୟନ ମହାନ୍ତି, ରମାର˚ଜନ ବଳିଆରସି˚ହ, ପୀତାମ୍ବର ଆଚାର୍ଯ୍ୟ, ରାଜ୍ୟ ସ˚ପାଦକ ଦିଲୀପ ମଲ୍ଲିକ, ଲେଖାଶ୍ରୀ ସାମନ୍ତସି˚ହାର, ସାଧାରଣ ସ˚ପାଦକ (ସଙ୍ଗଠନ ) ମାନସ ମହାନ୍ତି, ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଜିଲ୍ଲା ସଭାପତି ଚୌଧୁରୀ ହେମନ୍ତ ସାହୁ, ପୂର୍ବତନ ବିଧାୟକ ପ୍ରକାଶ ବେହେରା ଓ ବିଜେପି ନେତା ସାରଦା ପ୍ରଧାନଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ। ଅକ୍ଟୋବର ୩୦ ତାରିଖ ଯାଏ ଚାଲିବାକୁ ଥିବା ପଦଯାତ୍ରା ଅବସରରେ ଗାନ୍ଧୀଜୀଙ୍କ ବାର୍ତ୍ତା ସ୍ବଦେଶୀ, ସ୍ବଚ୍ଛତା, ସ୍ବରାଜ, ସ୍ବାବଲମ୍ବୀ, ସରଳ ଜୀବନ ଯାପନ, ଜଳ ସଂରକ୍ଷଣ, ନିଶା ନିବାରଣ ଆଦି ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯିବ। ପ୍ରତି ଜିଲ୍ଲାରେ ବରିଷ୍ଠ ନେତାମାନଙ୍କ ତତ୍ତ୍ବାବଧାନରେ ଆଜି ସଂକଳ୍ପଯାତ୍ରା ଆରମ୍ଭ କରାଯାଇଛି।