ଭୁବନେଶ୍ବର:ସାର ପ୍ରସଙ୍ଗରେ ନବୀନ ପଟ୍ଟନାୟକ ଚିଠି ଲେଖିବା ଓ ମନମୋହନ ସାମଲଙ୍କ ଟିପ୍ପଣୀ ଉପରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କଡ଼ା ପ୍ରତିକ୍ରିୟା ଦେଇଛନ୍ତି।
ସେ କହିଛନ୍ତ, ନବୀନ ବାବୁ ସାର ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ଚିଠି ଲେଖିଛନ୍ତି। ଏହାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଲେ ଷ୍ଟେଟମେଣ୍ଟ ଦେବାର ଅଧିକାର ନାହିଁ। ଏଇଟା ହାସ୍ୟାସ୍ପଦ କଥା ନୁହେଁ କି? ଯେତେବେଳେ ନବୀନ ଦେଖିବେ ସାରର କଳାବଜାରୀ ହେଉଛି, ସେ କଣ ଚୁପ୍ ରହିବେ। ଯେତେବେଳେ ବାହୋସ୍ପଟ ମରାଯାଉଛି। ସାର କଳାବଜାର ହେଉଛି।
ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆମେ ଚିଠି ଲେଖିବାକୁ ବାଧ୍ୟ। ନବୀନ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଓଡ଼ିଶାର ଆବଶ୍ୟକ ସାର ଦେବା ପାଇଁ କେନ୍ଦ୍ର ଆଗରେ ଦାବି ରଖୁଥିଲେ। ଆଜି ବି ରଖିଛନ୍ତି। ମନମୋହନ କହିବେ କି ଯେଉଁ କୋଟା ଓଡ଼ିଶାର ସେ ସାର ଓଡ଼ିଶା ପାଉଛି କି ବୋଲି ଲେନିନ ପ୍ରଶ୍ନ କରିଛନ୍ତି? ମନମୋହନ କହି ପାରିବେ କି ସାର କଳା ବଜାର ହେଉଛି କି ନାହିଁ ? ସାର କଳାବଜାରୀ ହେଉଛି।
ମାର୍କଫେଡ କମର୍ସିଆଲ ଅର୍ଗାନାଇଜେସନକୁ ସାର ଦେଉଛି। ଯେଉଁଥି ପାଇଁ ସାର କଳାବଜାରୀ ହେଉଛି। ଡିଣ୍ଡିମ ପିଟିଲେ କିଛି ହୁଏନି। ବିଜେପି ବାସ୍ତବତାରେ ରହୁ। ଏହି ଅସମାହିତ ପ୍ରଶ୍ନର ଜବାବ ବିଜେପିକୁ ଦେବାକୁ ପଡ଼ିବ। ନହେଲେ ରାଜ୍ୟର ଲୋକେ କ୍ଷମା କରିବେ ନାହିଁ।
ବିଜେଡି ଗଠନର ୫ ବର୍ଷ ଭିତରେ ନବୀନଙ୍କ ରାଙ୍କ ଥିଲା ନମ୍ବର ୱାନ୍। ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ ନବୀନ ଥିଲେ ରାଙ୍କ ୱାନ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। କିନ୍ତୁ ଆଜିର ମୁଖ୍ୟମନ୍ତ୍ରୀଙ୍କ ରାଙ୍କ ୮ ନମ୍ବରରେ ପହଞ୍ଚିଛି।
ବିଜେପି କହିଥିଲା ଡବଲ ଇଞ୍ଜିନ ଆସିଲେ ଓଡ଼ିଶା ରାଙ୍କ ଡବଲ ହୋଇଯିବ। କିନ୍ତୁ ଗୋଟିଏ ବର୍ଷ ପରେ ଓଡ଼ିଶା ୧ ରୁ ୮କୁ ଖସି ଗଲାଣି।
ଗତକାଲି ଆଇସିସି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୩୬ରେ ଓଡ଼ିଶା ୫ମ ସ୍ଥାନରେ ରହିବ। ଗୋଟେ ବର୍ଷ ଭିତରେ ଏମିତି କ’ଣ ହେଇଗଲାଣି ଯେ,ସରକାର ଅନୁଭବ କଲେଣି ତାଙ୍କ ଦ୍ଵାରା ସରକାର ଚାଲି ପାରିବନି। ଏହା ସରକାରଙ୍କ ଅପାରଗତା ବୋଲି ଲେନିନ ମହାନ୍ତି ଅଭିଯୋଗ ଆଣିଛନ୍ତି।
Lenin Mohanty | BJD
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/30/bjp-has-to-answer-unanswered-questions-lenin-mohanty-2025-08-30-19-31-45.jpg)