ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ନୂଆ ଜିଲ୍ଲା ପ୍ରଭାରୀ

ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ ବିଭିନ୍ନ ଜିଲ୍ଲା ପାଇଁ ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତିି।

ଏଥିରେ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଏମ୍‌. ଡି ଜଲାଲ୍‌ଉଦ୍ଦିନ ଆକବର – ଅନୁଗୁଳ, ମୟୂରଭଞ୍ଜ(ରାଇରଙ୍ଗପୁର) ଓ ମୟୂରଭଞ୍ଜ(ବାରିପଦା), ରାଜ୍ୟ ଉପସଭାପତି ସଲିମ୍ ଖାଁ- ଯାଜପୁର, ଜଗତସିଂହପୁର ଓ କଟକ ସଦର, ରାଜ୍ୟ ସମ୍ପାଦକ ଏସ୍‌.କେ ହସନ- ପୁରୀ ଓ ଖୋର୍ଦ୍ଧା, ରାଜ୍ୟ ସମ୍ପାଦିକା ସହିଦା ଖାତୁନ- କଟକ ସହର, ରାଜ୍ୟ ସମ୍ପାଦକ ଶେଖ୍ ଚାନ୍ଦ- ଭଦ୍ରକ, ରାଜ୍ୟ ଉପସଭାପତି ରଫିକ୍ ବେଗ୍‌– ବାଲେଶ୍ୱର ଓ କେନ୍ଦ୍ରାପଡ଼ା, ରାଜ୍ୟ ସାଧାରଣ ସମ୍ପାଦକ ବଲ୍‌ବିନ୍ଦର ସିଂହ- ପାନପୋଷ, ସମ୍ବଲପୁର, ବରଗଡ଼, କେନ୍ଦୁଝର, ବଲାଙ୍ଗୀର ଓ ନବରଙ୍ଗପୁର, ରାଜ୍ୟ ଉପସଭାପତି ଗୁରଭିନ୍ଦର ସିଂହ- ବଣାଇ, ଝାରସୁଗୁଡା, ସୁନ୍ଦରଗଡ଼ ଓ ଦେବଗଡ, ରାଜ୍ୟ ଉପସଭାପତି କଜମ ମଦାନି- କୋରାପୁଟ, କଳାହାଣ୍ଡି, କନ୍ଧମାଳ ଓ ମାଲକାନଗିରି, ରାଜ୍ୟ ସମ୍ପାଦିକା ସୋନିଆ ଦାସ- ଗଞ୍ଜାମ, ଗଜପତି ଓ ଫୁଲବାଣୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏମ୍‌.ଡି ସବିର- ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲା ପ୍ରଭାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର