ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବିଜେଡି ନେତା ଭୃଗୁ ବକ୍ସିପାତ୍ର ବର୍ଷିଛନ୍ତି । ନିଯୁକ୍ତି ଓ ଜାତୀୟ ରାଜପଥ ପ୍ରସଙ୍ଗରେ ସେ ଧର୍ମେନ୍ଦ୍ରଙ୍କୁ କଡା ସମାଲୋକନା କରିଛନ୍ତି। ଧର୍ମେନ୍ଦ୍ର ଟଙ୍କା ବାଣ୍ଟିବାର ମିଥ୍ୟା ଅଭିଯୋଗ ଆଣୁଛନ୍ତି। ସରକାରୀ କଳର ଅପବ୍ୟବହାର ନେଇ ମିଛ କଥା କହୁଛନ୍ତି।

Advertisment

ବିଜେପି ଯେତେବେଳେ ହାରିବାକୁ ଯାଏ ସେତେବେଳେ ମିଛ ଅଭିଯୋଗ ଆରମ୍ଭ କରେ । କେନ୍ଦ୍ରମନ୍ତ୍ରୀଙ୍କ ଉପରେ ରାଜ୍ୟର ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ପରାଜୟ ଭୟରେ ମିଥ୍ୟା ଅଭିଯୋଗ ଆଣି ସେ ରାଜ୍ୟର ଭୋଟରଙ୍କୁ ବିଭ୍ରାନ୍ତ କରୁଛନ୍ତି ।

ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇ ଭୃଗୁ ଆହୁରି କହିଛନ୍ତି ସମ୍ବଲପୁର ଜାତୀୟ ରାଜପଥର ଅବସ୍ଥା ଓଡିଶାବାସୀ ଦେଖୁଛନ୍ତି । ଜାତୀୟ ରାଜପଥ ପରିସ୍ଥିତି ବହୁତ ଖରାପ । ସମ୍ବଲପୁରରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇନାହିଁ। ଦକ୍ଷତା ବିକାଶ ପାଇଁ କୌଣସି ଅନୁଷ୍ଠାନ କେନ୍ଦ୍ରମନ୍ତ୍ରୀ କରିନାହାନ୍ତି । ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଓ ସମଲେଶ୍ୱରୀ ମନ୍ଦିରର ଉନ୍ନୟନ କାମକୁ ବିଜେପି ନେତା ସବୁବେଳେ ନାପସନ୍ଦ କରିଆସିଛନ୍ତି ।

କିନ୍ତୁ ଓଡିଶାର କୋଇଲା ଖଣି କୋଇଲା ସାରା ଭାରତରେ ବ୍ୟବହାର କରାଯାଉଛି। ମାତ୍ର ଏମସିଏଲରେ ଓଡିଆ ଯୁବବର୍ଗଙ୍କୁ ନିଯୁକ୍ତି ମିଳୁନାହିଁ । ବିହାର ଓ ମଧ୍ୟପ୍ରଦେଶ ଲୋକଙ୍କୁ ନିଯୁକ୍ତି ମିଳୁଛି। ଏହା ଦ୍ବାରା ରାଜ୍ୟବାସୀଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ମନରେ କେତେ ଭଲ ପାଇପାବା ଅଛି ତାହା ଜଣାପଡୁଛି ବୋଲି ସେ କହିଛନ୍ତି।