ଭୁବନେଶ୍ବର : ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇଛି ବିଜେଡି। ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି, ଅପରାଜିତା ଷଡ଼ଙ୍ଗୀ ଏବେ ବି ନିଜକୁ ରାଜନୈତିକ ବ୍ୟକ୍ତି ନୁହେଁ, ଜଣେ ପ୍ରଶାସିକା ବୋଲି ଭାବୁଛନ୍ତି। ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବା ପାଇଁ କୌଣସି ପ୍ରସଙ୍ଗ ନ ପାଇ ଗଣମାଧ୍ୟମରେ ରାଜନୈତିକ ଦୃଷ୍ଟିରୁ ପ୍ରାସଙ୍ଗିକ ରହିବାକୁ ରିପୋର୍ଟର ଭୁଲ୍ ବାଖ୍ୟା କରୁଛନ୍ତି ଓ ଏକପାଖିଆ ମତ ଦେଉଛନ୍ତି। ଦାରିଦ୍ର୍ୟ ହାରକୁ ୨୪% ହ୍ରାସ କରିବା ସହିତ ୮୦ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିଥିବାରୁ ନୀତି ଆୟୋଗ ଭାରତର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବରେ ଓଡ଼ିଶାକୁ ପ୍ରଶଂସା କରିଥିବା ବିଷୟରେ ସେ ବୋଧହୁଏ ଅବଗତ ନାହାନ୍ତି। ଶ୍ରୀମତୀ ଷଡ଼ଙ୍ଗୀ ଶସ୍ତା ରାଜନୀତି କରନ୍ତୁ ନାହିଁ। ରିପୋର୍ଟର ଭୁଲ ବ୍ୟାଖ୍ୟା ସହିତ ପକ୍ଷପାତିତା ମତ ଦେଇ ଓଡ଼ିଶାକୁ ବଦନାମ ତଥା ଅପମାନିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ବରଂ ଭୁବନେଶ୍ବର ସାଂସଦ ଭାବେ ସେ ତାଙ୍କ କାର୍ଯ୍ୟକ୍ଷେତ୍ର ଉପରେ ଧ୍ୟାନ ଦିଅନ୍ତୁ, ଯେଉଁଠାରେ ସେ ସାଧାରଣତଃ ନିଖୋଜ ରହିଥା’ନ୍ତି ବୋଲି ଶ୍ରୀମତୀ ମିଶ୍ର କଟାକ୍ଷ କରିଛନ୍ତି।
ସରକାରଙ୍କୁ ସମାଲୋଚନା ପାଇଁ ରିପୋର୍ଟର ଭୁଲ୍ ବ୍ୟାଖ୍ୟା କରୁଛି ବିଜେପି : ବିଜେଡି
/sambad/media/post_attachments/wp-content/uploads/2021/09/shreemayee.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)