ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। କଂଗ୍ରେସ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ଲଲାଟେନ୍ଦୁ ମହାପାତ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।
ସେ କହିଛନ୍ତି, ଉପନିର୍ବାଚନରେ କଂଗ୍ରେସ ଭଲ ସ୍ଥିତିରେ ରହିଛି। ଦିନକୁ ଦିନ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଲୋକପ୍ତିୟତା ବଢୁଛି। ରାଜ୍ୟ ସରକାର ଲୋକପ୍ରିୟତା ରୋକିବା ପାଇଁ କଳ, ବଳ ଲଗାଉଛନ୍ତି ବୋଲି ସେ ବଡ଼ ଅଭିଯୋଗ ଆଣିଛନ୍ତି।
ଆହୁରି ପଢ଼ନ୍ତୁ:Nuapada by-election:ନବୀନଙ୍କ ନୂଆପଡା ପ୍ରଚାରକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ କଟାକ୍ଷ
ଗତକାଲି ପୁଲିସ ନୂଆପଡ଼ା କଂଗ୍ରେସ ଭବନ ଭିତରେ ପଶି ଆତଙ୍କରାଜ ସୃଷ୍ଟି କରିଛି। ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ପୁଲିସକୁ ବ୍ୟବହାର କରୁଛି ବିଜେପି ଦଳ। ପୁଲିସ କେତେ ଥର ବିଜେପି ଏବଂ ବିଜେଡି ଅଫିସରେ ଯାଞ୍ଚ୍ କରିଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ।
ମହିଳାମାନଙ୍କୁ ପ୍ରଭାବିତ କରିବାକୁ ବିଜେପି ନେତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ମେଳାର ଆୟୋଜନ କରିଥିଲେ, ସେତେବେଳେ କେଉଁଠି ଥିଲେ ଏହି ପୁଲିସ ଅଧିକାରୀ ବୋଲି ସେ ପ୍ରଶ୍ନ କରିଛନ୍ତି।
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଲୋକପ୍ତିୟତା ବଢୁଛି
ତେଣୁ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିବେଦନ କରୁଛୁ ତୁରନ୍ତ ଏହି ଘଟଣାର ତର୍ଜମା କରନ୍ତୁ, ଏବଂ ଦୃଢ କାଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ।
ନୂଆପଡ଼ା ଉପନିର୍ବାଚନ ସମୟରେ ଲକ୍ଷ ଲକ୍ଷ ଟଙ୍କା ଧରାପଡ଼ିଛି। ୭୦ ଲକ୍ଷ ଟଙ୍କା ପୁଲିସ ଜବତ କରିଥିଲା। କିନ୍ତୁ ଏପର୍ୟ୍ଯନ୍ତ ପୁଲିସ ସ୍ପଷ୍ଟ କରିନାହିଁ ଏହି ଟଙ୍କା କାହାର।
ଆହୁରି ପଢ଼ନ୍ତୁ:Police Officer Stole Phone:ମହିଳା ପୁଲିସ ଅଧିକାରୀଙ୍କ ଚୋରି ଧରାଇ ଦେଲା ସିସିଟିଭି; ସାଙ୍ଗ ଘରୁ ଉଠାଇ ନେଇଥିଲେ ଟଙ୍କା ଓ ମୋବାଇଲ
ଏହି ଟଙ୍କା ହେଉଛି ଜଣେ ବ୍ୟବସାୟୀ ନରେଶ ଅଗ୍ରୱାଲଙ୍କର। ସେ ଜଣେ ବିଜେପି ସଂସଦଙ୍କ ସମର୍ଥକ ବୋଲି ଅଭିଯୋଗ କରିଛି କଂଗ୍ରେସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/10/30/bjp-is-using-police-in-nuapada-by-election-congresss-big-allegation-2025-10-30-14-21-20.jpg)