ବିଜେପିର ଜନଜାତି ରାଷ୍ଟ୍ରୀୟ ମହାଧିବେଶନ ୨ରୁ

୩ରେ ହକ୍ ପାଇଁ ରାଜଧାନୀରେ ବିଶାଳ ଜନଜାତି ଶୋଭାଯାତ୍ରା, ଯୋଗ ଦେବେ ଅମିତ ଶାହ

ଭୁବନେଶ୍ବର : ଆସନ୍ତା ଫେବ୍ରୁଆରି ୨ ଓ ୩ ତାରିଖରେ ଭୁବନେଶ୍ବରରେ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଧିବେଶନ ଅନୁଷ୍ଠିତ ହେବ। ଆଦିବା‌ସୀଙ୍କ ଅଧିକାର ପାଇଁ ଆୟୋଜିତ ଏହି ଅଧିବେଶନରେ ଦେଶର ବିଭିନ୍ନ ସ୍ଥାନରୁ ୫ ହଜାରରୁ ଅଧିକ ପ୍ରତିନିଧି ସାମିଲ ହେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏଥିରେ ଯୋଗ ଦେବେ। ୨ ତାରିଖରେ ମହାଧିବେଶନ ଓ ୩ ତାରିଖରେ ‘ଆଦିବାସୀଙ୍କ ହକ୍ ପାଇଁ ଭୁବନେଶ୍ବର ଚାଲ’ ଅଭିଯାନ ଶୋଭାଯାତ୍ରା ଆ‌ୟୋଜିତ ହେବ। ଏଥିରେ ୧ ଲକ୍ଷ ଆଦିବାସୀ ଯୋଗ ଦେଇ ନିଜ ଅଧିକାର ସୁରକ୍ଷା ପାଇଁ ଦାବି କରିବେ।

ସାଧାରଣ ନିର୍ବାଚନ ପାଇଁ ଅବଗଣନା ଆରମ୍ଭ ହୋଇଯାଇଥିଲା ବିଜେପି ତା’ର ନିର୍ବାଚନୀ ପ୍ରସ୍ତୁତି ଜୋର୍‌ଦାର୍ କରିଛି। ଦଳର ଦୁଇ ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଫୋକସ୍‌ରେ ଓଡ଼ିଶା ବୋଲି ଦେଖାଇବାକୁ ଦଳ ପକ୍ଷରୁ କସରତ୍‌ ଜାରି ରହିଛି। ମୋଦୀଙ୍କର ଲଗାତର ତିନି ଥର ଗସ୍ତ ପରେ ଆରମ୍ଭ ହେବ ଶାହଙ୍କ ପାଳି। ୧୮ ତାରିଖରେ ଶାହ ଓଡ଼ିଶା ଆସି ବିଭିନ୍ନ ଶକ୍ତି କେନ୍ଦ୍ରଗୁଡ଼ିକରେ ଯୋଗ ଦେବେ ଏବଂ ବୁଥ୍‌ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଗାମୀ ନିର୍ବାଚନ ରଣନୀତି ସମ୍ପର୍କରେ ଆ‌େଲାଚନା କରିବେ। ପୁଣି ଫେବ୍ରୁଆରି ୩ ତାରିଖରେ ଆସି ଜନଜାତି ପ୍ରତିନିଧିଙ୍କୁ ସମ୍ବୋଧିତ କିରବା ସହ ବିଶାଳ ଶୋଭାଯାତ୍ରାରେ ଉଦ୍‌ବୋଧନ ଦେବେ। ମେଜନଜାତି ମହାଧିବେଶନ ସମ୍ପର୍କରେ ସୂଚନା ଦେଇ ବିଜେପି ଜନଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ବିଧାୟକ ରବି ନାଏକ କହିଛନ୍ତି, ରାଜ୍ୟରେ ସବୁ ସମୟରେ ଆଦିବାସୀମାନେ ଉପେକ୍ଷିତ ହୋଇ ଆସୁଛନ୍ତି। ରାଜ୍ୟ ସରକାର ଆଦିବାସୀମାନଙ୍କୁ ସେମାନଙ୍କ ଅଧିକାର ଦେବାରେ ବିଫଳ ହୋଇଛନ୍ତି। ଜମି ନ ଥାଇ ଜମି ପଟ୍ଟା ‌େଦବେ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଜାତି ପ୍ରମାଣପତ୍ର ପାଇଁ ବିଭିନ୍ନ ଆଇନ କରି ଜନଜାତି ଲୋକଙ୍କୁ ହଇରାଣ କରୁଛନ୍ତି। ଜନଜାତି ବର୍ଗଙ୍କ ଷ୍ଟାଇପେଣ୍ଡ୍ ବକେୟା ରହିଛି। ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ନାଁରେ ୯ଟି ପରିଷଦ କରି ନିର୍ବାଚିତ ପ୍ରତିନିଧିମାନଙ୍କ ଅଧିକାରକୁ ଛଡ଼ାଇ ନେଇଛନ୍ତି।

କେନ୍ଦ୍ର ସରକାର ପ୍ରଣୟନ କରିଥିବା ଯୋଜନାକୁ ଠିକ୍ ଭାବେ ଲାଗୁ କରାଉ ନାହାନ୍ତି। ରାଜ୍ୟ ସରକାରଙ୍କ ଏପରି ଆଦିବାସୀ ମାରଣ ନୀତିକୁ ବିରୋଧ ସହ ଆଦିବାସୀଙ୍କୁ ସେମାନଙ୍କ ହକ୍ ଦେବା ଏହି ମହାଧିବେଶନର ପ୍ରମୁଖ ଉଦ୍ଦେଶ୍ୟ।

ସମ୍ବନ୍ଧିତ ଖବର