କଣିହାଁ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ହୋଇଥିବା ଗୃହକୁ ରାଜ୍ୟ ସରକାର ବର୍ତ୍ତମାନ ଘରେ ଘରେ ବିଜୁ ପକ୍କାଘର ନାମରେ ନାମିତ କରିବା ସହ ପ୍ରତି ଘରେ ଷ୍ଟିକର ମାରିବାକୁ କଣିହାଁ ବ୍ଳକ ବିଜେପି ପକ୍ଷରୁ ବିରୋଧ କରାଯିବା ସହ ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ପ୍ରଶାସନ ବିଜୁ ପକ୍କା ଗୃହର ଷ୍ଟିକରକୁ ଉଠାଇ ପ୍ରଧାନମନ୍ତ୍ରୀ ଆବାସ ନାମକରଣ କରିବା ପାଇଁ ବ୍ଳକ ବିଡ଼ିଓ ନିକଟରେ ଦାବି କରାଯାଇଛି ଏବଂ ନେଇ ବିଜେପି ପକ୍ଷରୁ ଆସନ୍ତାକାଲି ଠାରୁ ପ୍ରତି ଥାନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏତଲା ଦିଆଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ଷ୍ଟିକର ମାରିବା ବନ୍ଦ କରାନଗଲେ ବ୍ଳକ ବିଡିଓ ଓ ଥାନା ଅଧିକାରୀ ଦାୟୀ ରହିବେ ବୋଲି ଆଜି ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି ଚେତାବନୀ ଦେଇଛନ୍ତି।

Advertisment

publive-image

କଣିହାଁ ବ୍ଳକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତିଙ୍କ ନେତୃତ୍ୱରେ କର୍ମୀମାନେ ଆଜି କଣିହାଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହାଇଜାକ୍ କରିବା ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ନେତାମାନେ ବର୍ଷିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ବ୍ଳକ ଅଧକ୍ଷା ନମିତା ସାହୁ,ଜିଲ୍ଲା ପରିଷଦ ସଦସ୍ୟା ଅଳକା ସାହୁ, ବରିଷ୍ଠ ବିଜେପି ନେତା ନୃସିଂହ ବରାଳ, ଚନ୍ଦନ ସ୍ୱରାଜ, ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକ, ପ୍ରହ୍ଲାଦ ସାମଲ, ସରପଞ୍ଚ ଲୋକନାଥ ସାହୁ, ଦୁଖବନ୍ଧୁ ଭୁତିଆ, ସବ୍ୟସାଚୀ ପାଣି, ସୁଶାନ୍ତ ସାମଲ, ସୁମନ୍ତ ପ୍ରଧାନ, ସମେତ ଦଳୀୟକର୍ମୀମାନେ ଉପସ୍ଥିତ ଥିଲେ।