ମରୁଡ଼ି ଅଞ୍ଚଳ ପରିଦର୍ଶନ କଲେ ବିଜେପି କୃଷକ ମୋର୍ଚ୍ଚା ସଭାପତି

ଦାନଗଦୀ/ଟମକା : ସୁକିନ୍ଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଲକର ମରୁଡି ପ୍ରପୀଡ଼ିତ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ। ତାଙ୍କ ସହିତ ବିଜେପି ରାଜ୍ୟ ପରିଷଦ ସଭ୍ୟ ପ୍ରଶାନ୍ତ ରାୟ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଭଞ୍ଜ, ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ଜଳଧର ଖିଲାର, ଗୋବର୍ଦ୍ଧନପୁର ମଣ୍ଡଳ ସଭାପତି ରବୀନ୍ଦ୍ର ମୋହନ ଜେନାଙ୍କ ସମେତ ବହୁ ନେତା ଓ କର୍ମୀ ଦାନଗଦୀ ବ୍ଲକର ଉଚ୍ଚବାଲି ପଞ୍ଚାୟତର ସ୍ୱଳ୍ପ ବୃଷ୍ଟିଜନିତ ମରୁଡ଼ି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଚାଷୀଙ୍କ ସହ ସିଧାସଳଖ ଆଲୋଚନା କଲେ। ଦାନଗଦୀ ବ୍ଲକର କିଛି ପଞ୍ଚାୟତରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ ହୋଇପାରିନାହିଁ।

ସମ୍ବନ୍ଧିତ ଖବର