ଧାନ ମଣ୍ଡି ଖୋଲାନଯିବା ପ୍ରସଙ୍ଗ : ରାଜ୍ୟବ୍ୟାପୀ ବିଜେପି କୃଷକ ମୋର୍ଚାର ବିକ୍ଷୋଭ

ଭୁବନେଶ୍ବର : ଡିସେମ୍ବର ମାସ ସରିଗଲା, ଧାନ ମଣ୍ଡି ଖୋଲାଗଲା ନାହିଁ। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏଯାଏ ମଣ୍ଡି ଖୋଲିପାରିଲା ନାହିଁ। ଅନ୍ୟପଟେ ଅଭାବୀ ବିକ୍ରିର ଫାଇଦା ନେଇ ଆନ୍ଧ୍ର ବେପାରି ଓଡ଼ିଶାରୁ ଧାନ କିଣୁଛନ୍ତି। ବାକି ଧାନ ଛତିଶଗଡକୁ ଚୋରା ଚାଲାଣ ହେଉଛି। ଏମିତି ଅଭିେଯାଗ ଆଣି ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିଜେପି କୃଷକ ମୋର୍ଚା ବିକ୍ଷୋଭ କରିଛି।

ମୋର୍ଚାର ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ବାଳ କହିଛନ୍ତି, ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ମିଲ ମାଲିକଙ୍କ ଦଲାଲମାନେ କମ ଦରରେ ଧାନ କିଣି େନଇ ନକଲି କାର୍ଡ ଦ୍ବାରା ମଣ୍ଡିରେ କାଗଜପତ୍ର କରାଇ େନଉଛନ୍ତି। ଏମିତି ଢଙ୍ଗରେ ପ୍ରତିଦିନ େକାଟି େକାଟି ଟଙ୍କା ହଡପ ଚାଲିଛି। ସରକାର ସପ୍ତାହରେ ଦିନଟିଏ ମଣ୍ଡି େଖାଲୁଛନ୍ତି। ଏହା ପର୍ଯ୍ୟାପ୍ତ ନୁହେଁ। ସେହିପରି ଏଫଓକ୍ୟୁ ଆଳରେ କ୍ବିଣ୍ଟାଲ ପିଛା ୫ରୁ ୧୦ କେଜି କଟନି ଛଟନି କରି ଚାଷୀଙ୍କୁ େଶାଷୁଛନ୍ତି। ଏହାଦ୍ବାରା େକନ୍ଦ୍ର ସରକାରଙ୍କ କ୍ବିଣ୍ଟାଲ ପିଛା ୧୭୫୦ ଟଙ୍କା ଦର ଚାଷୀ ପାଇପାରୁନାହାନ୍ତି।

େସହିପରି େସାହେଲା ସଭାରେ ୧୦୦ ଟଙ୍କା େବାନସ ଦେବେ େବାଲି ମୁଖ୍ୟମନ୍ତ୍ରୀ େଯଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଏଯାଏ କାର୍ଯ୍ୟକାରୀ େହାଇପାରିଲା ନାହିଁ। ମଣ୍ଡି ସାମ୍ନାରେ ହଜାରେ ହଜାରେ କ୍ବିଣ୍ଟାଲ ଧାନ ପଡିରହିଛି। ଚାଷୀର ଧାନ ପାଇଁ ଅଖା, ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପାଲ, ପିଣ୍ଡି ଆଦି କିଛି ବି େଦଖିବାକୁ ମିଳୁନାହିଁ। ଏସବୁ କାରଣରୁ ଚାଷୀ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ନଷ୍ଟ କରୁଛି େବାଲି ବିେଜପି ଅଭିେଯାଗ କରିଛି।

ଆଜି ବିେଜପି କୃଷକ େମାର୍ଚା ପକ୍ଷରୁ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିେକ୍ଷାଭ େହାଇଥିଲା। ପୂର୍ବତନ ବିଧାୟକ ରମାରଂଜନ ବଳିଆରସିଂହ, ରାଜ୍ୟ ସଂପାଦକ ରଂଜନ ମଙ୍ଗରାଜ, କୃଷକ େମାର୍ଚା ରାଷ୍ଟ୍ରୀୟ ସହ ସେଂଯାଜକ ମଦନମୋହନ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ନରେନ୍ଦ୍ର ନାଥ ନାୟକ, ମହେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। େସହିଭଳି କଟକ, କଳାହାଣ୍ଡି, ବରଗଡ, ବାଲେଶ୍ବର, ଜଗତସିଂହପୁର, େଢଙ୍କାନାଳ, ଗଜପତି, େସାନପୁର, ଝାରସୁଗୁଡା, ନବରଙ୍ଗପୁର, ବୌଦ୍ଧ, େକନ୍ଦୁଝର, ଅନୁଗୁଳ ଆଦିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାେର ବିେକ୍ଷାଭ କରାଯାଇଛି।

ସମ୍ବନ୍ଧିତ ଖବର