ଭୁବନେଶ୍ବର : ବିଜୁ ଜନତା ଦଳରେ ଯୋଗଦେଇଛନ୍ତି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକଙ୍କ ସମେତ ବରଗଡ଼ ଜିଲ୍ଲାର ୫୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ। ନବୀନ ନିବାସରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସମସ୍ତ ବିଜେପି କର୍ମୀ ବିଜେଡିରେ ଯୋଗଦେଇଛନ୍ତି।
ରବିବାର ବିଜେପୁର ବିଧାୟିକା ରୀତା ସାହୁଙ୍କ ନେତୃତ୍ବରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଅଚ୍ୟୁତ ଦାସ, ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଡା. ସୁଦାମ ସାହୁ, କୃପାସିନ୍ଧୁ ସାହୁ, ବରଗଡ଼ ଜିଲ୍ଲା ଲାଉମୁଣ୍ଡା ଜୋନ୍ ମଣ୍ଡଳ ସଭାପତି ଡୋଲାମଣି ସାହୁ, ସାହିପାଲି ଜୋନ୍ ମଣ୍ଡଳ ସଭାପତି ଦିବାକର ଦରୁଆଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ବିଜେପୁର ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀମାନଙ୍କୁ ସଭାପତି ଶ୍ରୀପଟ୍ଟନାୟକ ସ୍ବାଗତ କରିବା ସହ କହିଥିଲେ ଏ ସମସ୍ତ ବିଜେପି କର୍ମୀଙ୍କ ଦଳରେ ଯୋଗଦାନ ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ।
ଏହି ଅବସରରେ ଅଚ୍ୟୁତ ଦାସ କହିଥିଲେ, ସ୍ଥାନୀୟ କର୍ମୀ ଓ ନେତୃବୃନ୍ଦଙ୍କୁ ରାଜ୍ୟ ତଥା ଜିଲ୍ଲା ବିଜେପି ଅଣଦେଖା କଲା। ବିଜେପୁର ନିର୍ବାଚନ ମଣ୍ଡଳୀରେ ଉପଯୁକ୍ତ ପ୍ରାର୍ଥୀ ଥିବାବେଳେ ବାହାରୁ ଆଣି ବିଜେପି ପ୍ରାର୍ଥୀ କରିବାକୁ କର୍ମୀମାନେ ଅତିଷ୍ଟ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଖୋଦ ମୁଖ୍ୟମନ୍ତ୍ରୀ ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବାରୁ ସମସ୍ତେ ଆନନ୍ଦିତ ବୋଲି ଶ୍ରୀଦାସ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/BJD-Joining.jpg)