ଭୁବନେଶ୍ବର: ମହଲିଙ୍ଗ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏହା ଏକ ଭୟଙ୍କର ଘଟଣା। ଏଭଳି ଭୟଙ୍କର ଘଟଣା ଆଗରୁ ଓଡ଼ିଶାର କେବେ ହୋଇନଥିଲା। ପୁଲିସ ଯେଉଁ ଭଳି ଭାବରେ ତଦନ୍ତ ନାଟକ କରୁଛି, ଗତ ୮ ଦିନ ହେବ ଏଥିରୁ ଲାଗୁଛି ଡିଆଇଜି ଓ ଏସପି ଅପରାଧର ତଦନ୍ତ କରୁନାହାନ୍ତି, ବରଂ ଫିଲ୍ମ ସୁଟିଂ କରୁଛନ୍ତି। ରେକର୍ଡିଂ କରି ତାକୁ ଚାରିଆଡ଼କୁ ପଠାଇବା ସନ୍ଦେହ ଘନୀଭୂତ ହେଉଛି। ଗୋବିନ୍ଦକୁ ଖସାଇ ଦେବାକୁ ପୁଣି ଉଦ୍ୟମ ହେଲାଣି। ପୁଲିସ ଆଗରେ ଯଦି ସେ ସତ ମାନିଲା, ତେବେ ଆଜି ପର୍ଯ୍ୟନ୍ତ ପୁଲିସ ଜୁଡିଆସିଆଲ କନଫେସନ କାହିଁକି କଲା ନାହିଁ।
ଅପରାଧର ତଦନ୍ତ ବିଷୟରେ ଯାହାର ସାଧାରଣ ଜ୍ଞାନ ନ ଥାଏ ସେହିମାନେ ଏହି ମାମଲାର ଦାୟିତ୍ୱ ନେଇଛନ୍ତି। ହାଜତ ବଦଳରେ ବାରାକରେ କାହିଁକି ଗୋବିନ୍ଦକୁ ରଖାଗଲା। ବର୍ତ୍ତମାନ ଏହି ଘଟଣାକୁ ଦୁର୍ବଳ କରିବା ପାଇଁ ପୁଲିସ ଲାଗି ପଡ଼ିଛି । ତାର ଟିଆଇ ପ୍ୟାରେଡ କାହିଁକି କରୁନି ପୁଲିସ ।
ଦୁଇ ମାସ ଧରି ଏହି ଘଟଣା ଚାଲିଛି। ଝିଅ ସହିତ କମ୍ପ୍ରୋମାଇଜ୍ କରିବା ଲାଗି ଚେଷ୍ଟା କରାଯାଉଥିଲା। ଏ କଥା ପୁଲିସ ଲୁଚାଉଥିବା ଲୋକମାନେ ବି ଜାଣିଛନ୍ତି। କେବଳ ମନ୍ତ୍ରୀ ସେଠାକୁ ଯାଇନାହାନ୍ତି, ବରଂ ଅନେକ ସରକାରୀ ଅଧିକାରୀ ବି ସେଠାକୁ ଯାଇଛନ୍ତି । ଏପରିକି କମ୍ପ୍ରୋମାଇଜ୍ କରିବା ପାଇଁ ମନ୍ତ୍ରୀ, ଗୋବିନ୍ଦ ଓ ମମିତାଙ୍କୁ ନେଇ ରାୟପୁରରେ ବୈଠକ କରିଛନ୍ତି। ତାହା ପୁଣି ମନ୍ତ୍ରୀଙ୍କ ନିଜ ବାସଭବନରେ। ମନ୍ତ୍ରୀ ରାୟପୁର ଯାଇଛନ୍ତି କି ନାହିଁ ତାହାର ତଦନ୍ତ କରନ୍ତୁ ।
ସତ୍ୟ ଘଟଣାଗୁଡ଼ିକୁ ସରକାର ଓ ଅଫିସର ସମସ୍ତେ ଘଣ୍ଟ ଘୋଡ଼ାଇବା ପାଇଁ ଲାଗିଛନ୍ତି। ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରୁଛି ଯେ ଯେଉଁ ତଦନ୍ତ ରିପୋର୍ଟ ଆସିଛି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତାହାର ଅନୁଧ୍ୟାନ କରନ୍ତୁ। ଅନୁଧ୍ୟାନ କରି ଚୁପ ବସି ଯାଆନ୍ତୁ ନାହିଁ, କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରୁଛି। ଯେଉଁ ରିପୋର୍ଟ ଆସିଛି, ତାକୁ କିଛି ଅଣଓଡ଼ିଆ ଅଫିସର ଲୁଚେଇ କି ରଖିଛନ୍ତି। ତାକୁ ମୁଖ୍ୟମନ୍ତ୍ରୀ ମଗାନ୍ତୁ ଆଉ ଦେଖିବା ପରେ ହିଁ ସେ ଆପେ ଆପେ କାର୍ଯ୍ୟାନୁଷ୍ଠାନ ନେଇଯିବେ ।
ସତ୍ୟକୁ ଘଣ୍ଟ ଘୋଡ଼ାଇବା ପାଇଁ ଲାଗିଛନ୍ତି ସରକାର ଓ ଅଫିସର: ଗୋବିନ୍ଦ ସାହୁକୁ ଖସାଇ ଦେବାକୁ ପୁଣି ଉଦ୍ୟମ ହେଲାଣି
ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିଜେପି ନେତା ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ
/sambad/media/post_attachments/wp-content/uploads/2021/10/raypur-meet-24_Thumb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)