ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ: ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ବର:  ଟିକାକୁ ନେଇ ଜୋର ଧରିଲା ବିଜେଡି – ବିଜେପି କଳି। ଗତକାଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଥିଲେ ଡବ୍ଲୁଏଚଓର ଅନୁମୋଦନ ନଥିବାରୁ ବିଦେଶକୁ ଯାଇପାରୁନାହାନ୍ତି କୋଭାକ୍ସିନ ନେଇଥିବା ଓଡ଼ିଶାର ଛାତ୍ରଛାତ୍ରୀ । କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଏଦିଗରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।

ତେବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ଏହି ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି। ସାଂସଦ ଜନବିରୋଧୀ, ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

କେବଳ ଲୋକଙ୍କୁ ଟିକା ନ ନେବା ପାଇଁ ପ୍ରଭାବିତ କରିବା ଓ ଭୟ ସୃଷ୍ଟି କରିବା ପାଇଁ ଏହି ମନ୍ତବ୍ୟ ଦିଆଯାଇଛି ବୋଲି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଟିକା ନେଇ ବିଦେଶୀ ଯିବା ସର୍ତ୍ତ ଡ଼ବ୍ଲୁଏଚଓ ରଖିନଥିବା ସେ ଦୃଢ଼ୋକ୍ତି କରିଛନ୍ତି।

 

ସମ୍ବନ୍ଧିତ ଖବର