ବିଜେପି ନେତାଙ୍କ ହତ୍ୟା ପ୍ରତିବାଦରେ ବିକ୍ଷୋଭ

ଯାଜପୁରଟାଉନ/ସଦର : କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ବିଜେପି ନେତା କୁଳମଣି ବରାଳଙ୍କୁ ନିର୍ମମ ହତ୍ୟା ଘଟଣାରେ ‌ବିଜେପି ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି। ବିଜେଡି ଶାସନରେ ପୁଲିସର ଅପାରଗତା ଯୋଗୁଁ ଏପରି ହତ୍ୟାକାଣ୍ଡ ଘଟୁଛି ବୋଲି ବିଜେପି ଅଭିଯୋଗ କରିଛି। ଏହାକୁ ବିରୋଧ କରି ଆଜି ସନ୍ଧ୍ୟାରେ ଯାଜପୁର ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବିଜେପି ପକ୍ଷରୁ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ରମେଶ ସାମଲ, ସୁଦିପ୍ତ ପଣ୍ଡା, ଭାସ୍କର ଜେନା, ମନ୍ମଥ ବରାଳ, ସୁରେଶ ରାଉତ, ଶ୍ରୀନିବାସ ପରିଡ଼ା, ଜିତାମିତ୍ର ଦାସ, ହୃଷୀକେଶ ପରିଡ଼ା, ଉପେନ୍ଦ୍ର ପଣ୍ଡା, ସେକ୍ ଅମିରୁଦ୍ଦିନ୍, ଅଭିରାମ ଦାଶ, ବିଶ୍ବନାଥ କର, ସଚିକାନ୍ତ ପଣ୍ଡା, ନିତ୍ୟାନନ୍ଦ ସାହୁ, ବଟକୃଷ୍ଣ ସ୍ବାଇଁଙ୍କ ସମେତ ୫୦ରୁ ଊର୍ଦ୍ଧ୍ବ ବିଜେପି କର୍ମୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର