ସୁବ୍ରତ ସିଂହଙ୍କ ଡ୍ରାଇଭର ହତ୍ୟାକାଣ୍ଡ ମାମଲା: ପୁଲିସ ହେପାଜତରେ  ବିଜେପି ନେତା ଜୟନାରାୟଣ ମିଶ୍ର

 

ସମ୍ବଲପୁର: ବିଜେପୁର ଉପନିର୍ବାଚନ ସମୟରେ ବରଗଡ଼ ଜିଲ୍ଲା ସୋହେଲା ଥାନା  ବନବିରା ଗାଁ ନିକଟରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହଙ୍କୁ ମରଣାନ୍ତକ ଆକ୍ରମଣ ଓ ତାଙ୍କ ଡ୍ରାଇଭର ଡିଲେଶ୍ୱରଙ୍କ ହତ୍ୟା ମାମଲାରେ ପଚରାଉଚରା ପାଇଁ ଆଜି ପୁଲିସ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ସମ୍ବଲପୁରରୁ ବରଗଡ଼ ଜିଲ୍ଲା ସୋହେଲା ଥାନାକୁ ନେଇଛି।

ଆଜି ପଦ୍ମପୁର ଏସଡିପିଓ ଳକ୍ଷ୍ମୀ ନାରାୟଣ ପଣ୍ଡା ସଦଳବଳେ ସମ୍ବଲପୁରରେ ପହଞ୍ଚି  ଶ୍ରୀ ମିଶ୍ରଙ୍କ ଘରକୁ ଯାଇ ଜୟନାରାୟଣ ମିଶ୍ରଙ୍କୁ ଥାନାକୁ ନେବା ପାଇଁ କହିଥିିଲେ। ତେବେ ଏହାକୁ ନେଇ ସେଠାର କିଛି ସମୟ ପାଇଁ ପାଟିତୁଣ୍ଡ ହୋଇଥିଲା। ପରେ ଏହି ହତ୍ୟାକାଣ୍ଡ ମାମଲାରେ ପଚରାଉଚରା ପାଇଁ ତାଙ୍କୁ ସେହେଲା ଥାନାକୁ ପୁଲିସ ନେଇଛି। ଏତଦ୍‌ବ୍ୟତୀତ ପୁଲିସ ଶିବ ଦିଓ୍ଵାନ ନାମକ ଜଣେ ବିଜେପି କର୍ମୀ ଓ ଆଇନଜୀବୀଙ୍କୁ ମଧ୍ୟ ପଚରାଉଚରା ପାଇଁ ଥାନାକୁ ନେଇଛି।

ସମ୍ବନ୍ଧିତ ଖବର