କ˚ଗ୍ରେସରେ ଯୋଗଦେଲେ ବିଜେପି ନେତା

ଭୁବନେଶ୍ବର : ବାଙ୍କୀ ନିର୍ବାଚନ ମଣ୍ତଳୀର ବିଜେପି ନେତା ଦେବୀ ପ୍ରସାଦ ମହାନ୍ତିଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜି କ˚ଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରୀ ମହାନ୍ତି ଓ ତାଙ୍କ ସମର୍ଥକମାନଙ୍କୁ କ˚ଗ୍ରେସ ଦଳକୁ ସ୍ବାଗତ କରିଥିଲେ। ଶ୍ରୀ ମହାନ୍ତିଙ୍କ ଯୋଗଦାନ ଫଳରେ ବାଙ୍କୀ ନିର୍ବାଚନ ମଣ୍ତଳୀ ଓ ରାଜ୍ୟରେ କ˚ଗ୍ରେସ ଅଧିକ ଶକ୍ତିଶାଳୀ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବାଙ୍କୀର ପୂର୍ବତନ ବିଧାୟକ ତଥା ପିସିସି ଉପସଭାପତି ଡ. ଦେବାଶିଷ ପଟ୍ଟନାୟକ ଓ ପୂର୍ବତନ ସା˚ସଦ ଡ. ବିଭୁ ପ୍ରସାଦ ତରାଇ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆସନ୍ତା ସାଧାରଣ ନିର୍ବାଚନରେ ସେମାନେ ମିଳିମିଶି କ˚ଗ୍ରେସ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ମହାନ୍ତି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ। ବାଙ୍କୀ ଏନ.ଏ.ସି. କ˚ଗ୍ରେସ ସଭାପତି ଭାଗୀରଥୀ ବିଶ୍ବାଳ ଓ କ˚ଗ୍ରେସ ନେତା ରମାକାନ୍ତ ସେଠୀ ଏହି କାର୍ଯ୍ୟକ୍ରମକୁ ସ˚ଯୋଜନା କରିଥିଲେ। ବିଜେପି ନେତୃବୃନ୍ଦ ପ୍ରଭାତ କୁମାର ବିଶ୍ବାଳ, ସୁକାନ୍ତ କୁମାର ରଣା, ପତିତପାବନ ରଣା, ମକର ପ୍ରଧାନ, ମାନସ ରଣା, କାର୍ତିକ ମଲିକ, ସୁକାନ୍ତ କୁମାର ଦଳାଇ, ସୁତରା ପ୍ରଧାନ, ମାନସ ବେହେରା, ଫକୀର ପ୍ରଧାନ, ଭରତ ମଙ୍ଗୁଆଳ, ଟୁଲୁ ପ୍ରଧାନ, ବାଙ୍କ ମଙ୍ଗୁଆଳ, ସନ୍ତୋଷ କୁମାର ପ୍ରଧାନ, ମିଞ୍ଜା ବିଶ୍ବାଳ, କ˚ଗ୍ରେସ ଦଳେଇ, ରାଜେଶ ମହାନ୍ତି, ସନ୍ତୋଷ ସାହୁ, ଛବି ପ୍ରଧାନ, ଶୁଭମ୍‌ ରଥ, ଦୁର୍ଯ୍ୟୋଧନ ଦଳେଇ, ଲକ୍ଷ୍ମଣ ଦଳେଇ, ନେତ୍ରାନନ୍ଦ ଦଳେଇ, ଶରତ ପ୍ରଧାନ ପ୍ରମୁଖ କ˚ଗ୍ରେସ ଦଳରେ ଯୋଗ ଦେଇଥିବା ଦଳୀୟ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର