ଭଦ୍ରକ ଭଣ୍ଡାୀପୋଖରୀ ବ୍ଲକ୍ ଅନ୍ତର୍ଗତ  ପାହିମହୁରା ଠାରେ ଗଳାପୋଲ ନିର୍ମାଣ ପାଇଁ ପୁଣି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଲେ ବିଜେପି ନେତା ପଞ୍ଚନାନ ରାଉତ। ଶ୍ରୀ ଗଡକରୀଙ୍କୁ ଭେଟି ତାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ପୋଲର ଆବଶ୍ୟକତା ରହିଛି ବୋଲି ଶ୍ରୀ ରାଉତ କେନ୍ଦ୍ର ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ଏହି ଦାବିପତ୍ର ପାଇବା ପରେ ମନ୍ତ୍ରୀ ଏହି ଗଳା ପୋଲ ନିର୍ମାଣ ପାଇଁ ସବୁଜ ସଂକେତ ଦେଇଛନ୍ତି। ଖୁବ ଶୀଘ୍ର ଏଥି ପାଇଁ ରାଜପଥ କର୍ତ୍ତୃପକ୍ଷ ଏହାର ସର୍ଭେ କରିବେ ବୋଲି ଜଣାପଡିଛି।
Advertisment
ପ୍ରକାଶ ଥାଉକି, ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ  ପାହିମହୁରା ଛକ ଠାରେ ୧୬ ନଂ ଜାତୀୟ ରାଜପଥରେ ଏକ ଗଳାପୋଲ ନିର୍ମାଣ ଲାଗି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ  ନୀତିନ ଗଡ଼କରୀଙ୍କୁ ରାଜ୍ୟ ବିଜେପିର ବରିଷ୍ଠ ନେତା ପୂର୍ବତନ ସଙ୍ଗଠନ ମନ୍ତ୍ରୀ ପଞ୍ଚାନନ ରାଉତ ପୁର୍ନବାର ସାକ୍ଷାତ କରିଛନ୍ତି। ମନ୍ତ୍ରୀ ଶ୍ରୀ ଗଡ଼କରୀ ଉପସ୍ଥିତ ଅଧିକାରୀଙ୍କୁ ଆବଶ୍ୟକ ପ୍ରକ୍ରିୟା ତୁରନ୍ତ ଶେଷ କରି ଟେଣ୍ଡର ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ। ପୂର୍ବରୁ ଶ୍ରୀ ରାଉତ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଏକ ଦାବିପତ୍ର ଦେଇଥିଲେ। ଖୁବ ଶୀଘ୍ର ଏହି ଗଳାପୋଲ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ଗଡକରୀ ପ୍ରତୀଶ୍ରୁତି ଦେଇଥିଲେ।ଏହି ଗଳାପୋଲ ହେଲେ ନଗୁଆଁ ଓ ପାହିମହୁରା ଅଞ୍ଚଳ ବାସୀ ଉପକୃତ ହେବେ।