ନବ ଦାସଙ୍କୁ ହତ୍ୟା: ପୁଲିସ ଡିଜିଙ୍କ ଉପରେ ବର୍ଷିଲେ ବିଜେପି ନେତା ବିଜୟ ମହାପାତ୍ର

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି, ଏଭଳି ଘଟଣା ଭାରତରେ ବି ହୋଇନଥିବ। ଇତିହାସରେ ପ୍ରଥମ ଜଣେ ମନ୍ତ୍ରୀଙ୍କୁ ସବୁ ସୁରକ୍ଷା ଥାଇ ବି ହତ୍ୟା କରାଗଲା। ତଦନ୍ତ, ରହସ୍ୟ ଏବଂ ଷଡଯନ୍ତ୍ର ଲୋକଲୋଚନକୁ ଆସିପାରିନାହିଁ, ତଦନ୍ତର ବିଫଳତା ଦେଖାଯାଉଛି। କ୍ରାଇମବ୍ରାଞ୍ଚ କହିଲା ଆସାମୀ ଧରାଯାଇଛି,ଏହା କ୍ଲିୟର କେସ। ଏହା ହତ୍ୟା ନା ଷଡଯନ୍ତ୍ର ନା ଆଉ କଣ କ୍ଳିଅର କଲେ ନାହିଁ, କେବଳ ଆସାମୀକୁ ଧରି କେସ କ୍ଲୋଜ କରିବାକୁ ଚକ୍ରାନ୍ତ ବୋଲି କୁହାଗଲା।
ସବୁ ସ୍ଥାନରେ ବା ଘଟଣାସ୍ଥଳରେ ପୁଲିସ ଥିଲେ। ସେମାନେ କଣ କରୁଥିଲେ। ସେମାନଙ୍କ ଉପସ୍ଥିତରେ କେମିତି ଘଟଣା ଘଟିଲା ବୋଲି ପ୍ରଶ୍ନ କରିଛନ୍ତି।
ବିଜୟ ମହାପାତ୍ର ଆହୁରି କହିଛନ୍ତି, ଏଥିରେ ପୁଲିସ ଡିଜିଙ୍କ ଭୂମିକା କଣ ? ଏପର୍ଯ୍ୟନ୍ତ ପୁଲିସ ଡିଜି ଘଟଣାସ୍ଥଳକୁ କାହିଁକି ଗଲେନି। ଡିଜି ସ୍ପଟକୁ ଯିବା କଥା। ଦୁଇ ଦିନ ପୂର୍ବରୁ ଗୋପାଳ ଦାସ କେଉଁ ସ୍ଥାନକୁ ଯାଇଥିଲେ, କେଉଁଠି ଗ୍ରୁପରେ ବୈଠକ ହେଉଥିଲା, କାହାକୁ ଭେଟିଥିଲେ, ସେ ନେଇ ତଦନ୍ତ ହେଉଛି କି ?
ଝାରସୁଗୁଡ଼ାରୁ ୨୦ କିଲୋମିଟର ଦୁରରେ ଏକ ଗାଁରେ କିଛି ନେତା ଏବଂ ଅବସରପ୍ରାପ୍ତ ଅଫିସରଙ୍କ ସହ ଗୋପାଳଙ୍କ ବସାଉଠା ହୋଇଥିବା ନେଇ ତଦନ୍ତ ହେବାର ଆବଶ୍ୟକତା ଅଛି।
ଗୋପଳ ଦାସ ଓ ନବ ଦାସଙ୍କ କଲ ରେକର୍ଡ ଯାଞ୍ଚ ହୋଇଛି କି ? ଦୁଇ ତିନି ପୂର୍ଵରୁ କିଛି ଅବସରପ୍ରାପ୍ତ ଅଫିସର ଓ କିଛି ନେତାମାନେ ଝାରସୁଗୁଡ଼ାରେ ଉପସ୍ଥିତ ରହି କଣ କରୁଥିଲେ। ଏହି କାମ ପାଇଁ ଥିଲେ ନା ଅନ୍ୟ କାରଣ ପାଇଁ ଥିଲେ, ସେ ଦିଗରେ ତଦନ୍ତ ହେଉଛି କି ?
ରାଜ୍ୟରେ ପୁଲିସଙ୍କୁ ସର୍ବନିମ୍ନ ୮ହଜାର ରାଇଫଲ ଦିଆଯାଇଛି। ଯଦି ତାର ଅପବ୍ୟବହାର ହେବ ପରିସ୍ଥିତି ଭୟାନକ ହେବ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଫିସର ବସି ପୁଲିସକୁ ନିର୍ଦେଶ ଦେଲେ ହେବ ନାହିଁ। ପୁଲିସ ଭିତରେ ଅସନ୍ତୋଷ ରହିଛି।ମୁଷ୍ଟମେୟ ଅଫିସର ପାଇଁ ପୁଲିସ ବ୍ୟବସ୍ଥା ଭଷୁଡ଼ି ଯାଇଛି।
ରାଜ୍ୟ ସରକାର ଏସଆଇଟିକୁ ତଦନ୍ତ କରିବାକୁ ଦିଅନ୍ତୁ। ହାଇକୋର୍ଟର ଜଣେ ଜଜଙ୍କ ଦ୍ୱାରା ଏସଆଇଟି ଗଠନ କରାଯାଉ। ଘଟଣା କାହିଁକି ଘଟିଲା ଓ କାହିଁକି ମନ୍ତ୍ରୀଙ୍କୁ ହତ୍ୟା କରାଗଲା ତାର ତଦନ୍ତ ହେଉ। ଜାତୀୟ ଗଣମାଧ୍ୟମରେ ଓଡ଼ିଶା ନିନ୍ଦିତ ହେଉଛି। ଏଣୁ ଆଠରୁ ଦଶ ଦିନ ଭିତରେ ତଦନ୍ତ ଶେଷ କରନ୍ତୁ।

ସମ୍ବନ୍ଧିତ ଖବର