ପୁରୀ: ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ବାମୀ ନାରାୟଣ ମନ୍ଦିରରେ ଚାଲିଥିବା ମନ୍ତ୍ରୀ, ସାଂସଦ, ବିଧାୟକ ପ୍ରଶିକ୍ଷଣ ବର୍ଗ ଶେଷ ହୋଇଛି। ଗତକାଲି ୧୪ଟି ବିଷୟକୁ ଗୁରୁତ୍ବ ଦିଆଯାଇଥିବା ବେଳେ ଆଜି ୩-ସି ଉପରେ ସବିଶେଷ ଆଲୋଚନା ହୋଇଛି। କ୍ରେଡିବିଲିଟି, କୋଅପରେସନ ଓ କୋର୍ଡିନେସନ୍ ଅର୍ଥା୍ତ ବିଶ୍ବସନୀୟତା, ସହଭାଗିତା ଓ ସମନ୍ବୟ ରଖି କାମ କରିବାକୁ ନେତୃବୃନ୍ଦ ବିଧାୟକ, ସାଂସଦ, ମନ୍ତ୍ରୀ ଓ ଅନ୍ୟ ଦଳୀୟ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି। ଉତ୍ତରପ୍ରଦେଶ ଢାଞ୍ଚାକୁ ଆପଣାଇବା ନେଇ ରଣନୀତି ପ୍ରସ୍ତୁତ କରାଯିବ। ତେଣୁ ନେତାମାନେ ତାଲିମ ନେଇଥିବା ବିଷୟ ଉପରେ ଗୁରୁତ୍ବ ଦେଇ କାମ କରିବେ। ଏହାର ସବିଶେଷ ରିପୋର୍ଟ ପ୍ରସ୍ତୁତ କରାଯିବ। ପ୍ରତି ତିନି ମାସରେ ଥରେ ରିପୋର୍ଟର ସମୀକ୍ଷା କରାଯିବ।
ଆଜି ୪ଟି ଅଧିବେଶନରେ ହୋଇଥିବା ପ୍ରଶିକ୍ଷଣ ଶିବିରରେ ସାଂଗଠନିକ ସଂରଚନା, ଲୋକସମ୍ପର୍କ ସ୍ଥାପନ, ଲୋକଙ୍କ ସମସ୍ୟାକୁ ଠିକ୍ ଢଙ୍ଗରେ ଉପସ୍ଥାପନ, ଭୋଟରଙ୍କ ନିକଟକୁ ଯାଇ ସେମାନଙ୍କ ସହ ସମୟ ବିତାଇବା, ସେମାନଙ୍କ ସହ ଆଲୋଚନା କରିବା, ବ୍ୟକ୍ତିଗତ ନିପୁଣତା ଓ ପ୍ରାଶାସନିକ ଦକ୍ଷତା ବୃଦ୍ଧି ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଉତ୍ତରପ୍ରଦେଶର ମଡେଲ ଆପଣାଇବା ନେଇ ନେତୃବୃନ୍ଦ ଗୁରୁତ୍ବାରୋପ କରିଥିଲେ। ନିର୍ବାଚନମଣ୍ଡଳୀର ବିକାଶ, ସମସ୍ୟା, ଉନ୍ନୟନମୂଳକ କାର୍ଯ୍ୟ, ଜନ ସଚେତନତା, ଲୋକାଭିମୁଖୀ ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବା ଦିଗରେ କିଏ କ’ଣ କରିଛନ୍ତି ତା’ର ସମୀକ୍ଷା କରାଯିବ। ତୃଣମୂଳସ୍ତରରେ କାମକରି ଲୋକଙ୍କ ସହ ରହି ସଂଗଠନକୁ ଆହୁରି ମଜଭୁତ କରିବାକୁ କୁହାଯାଇଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହି ପ୍ରଶିକ୍ଷଣ ଶିବିର ବେଶ୍ ସହାୟକ ହେବ। ଦଳୀୟ ପ୍ରଭାବ ଓ ପତିଆରା ବଢ଼ିବା ସହ ଲୋକଙ୍କୁ ତୃଣମୂଳସ୍ତରରୁ ଯୋଡ଼ିବା ପାଇଁ ଏହି ପ୍ରୟାସ ଫଳପ୍ରଦ ହେବ ବୋଲି ଦଳୀୟ ନେତାମାନେ କହିଛନ୍ତି।
ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ପି ଏଲ୍ ସନ୍ତୋଷ, ସହ ସଂଗଠନ ମନ୍ତ୍ରୀ ବି. ସତୀଶ, ସାଧାରଣ ସମ୍ପାଦକ ସୁନିଲ ବଂଶଲ ପ୍ରମୁଖ ନେତାମାନଙ୍କର କାର୍ଯ୍ୟଶୈଳୀ କିଭଳି ହେବା ଉଚିତ କହିଥିଲେ। ଏଥିସହ ଦଳକୁ ସୁଦୃଢ଼ କରିବା ପାଇଁ ବୁଥ୍ସ୍ତରରେ କିଭଳି ଲୋକଙ୍କ ସହ ସମ୍ପର୍କ ଯୋଡ଼ିବେ ଏବଂ ସେମାନଙ୍କ ସହ ଅଧିକ ସମୟ କଟାଇବେ ସେନେଇ ଗୁରୁତ୍ବାରୋପ କରାଯାଇଥିଲା। ଉଦ୍ଯାପନୀ ଦିବସରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସମସ୍ତ ମନ୍ତ୍ରୀ, ବିଧାୟକ ଓ ସାଂସଦ ଏଥିରେ ସାମିଲ ହୋଇଥିଲେ। ସମସ୍ତଙ୍କୁ ଖଜା ଓ ମହାପ୍ରଭୁଙ୍କ ଫଟୋଚିତ୍ର ଦେଇ ବିଦାୟ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/14/xerP6SeCyPflcWefCRqG.jpg)