ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ୫ ବରିଷ୍ଠ ନେତାଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି। ପ୍ରସନ୍ନ ପାଢ଼ୀ, ପ୍ରହ୍ଲାଦ ଡୋରା ଓ ଅମୀୟ ଦାଶଙ୍କୁ ରାଜ୍ୟ ଉପସଭାପତି ଏବଂ ନ୍ୟାୟବ୍ରତ ରାଉତ ଓ ଜୀବନ ସାହୁଙ୍କୁ ରାଜ୍ୟ ମୁଖପାତ୍ର ଭାବେ ସଭାପତି ବସନ୍ତ ପଣ୍ଡା ନିଯୁକ୍ତି ଦେଇଛନ୍ତି ବୋଲି ଦଳ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି।
୫ ବିଜେପି ନେତାଙ୍କୁ ନୂଆ ଦାୟିତ୍ବ
/sambad/media/post_attachments/wp-content/uploads/2019/04/bjp-neta-f.jpg)