କ˚ଗ୍ରେସରେ ମିଶିଲେ ବିଜେପି ନେତା, ଶତାଧିକ ସମର୍ଥକ

ଭୁବନେଶ୍ବର : ଢେ଼ଙ୍କାନାଳ ଜିଲ୍ଲାର ପର୍ଜଙ୍ଗ ନିର୍ବାଚନ ମଣ୍ତଳୀର ବରିଷ୍ଠ ବିଜେପି ନେତା ନିରାକାର ପ୍ରଧାନ, ଅଖିଳ ଭାରତ ହିନ୍ଦୁ ମହାସଭା ରାଜ୍ୟ ସ˚ପାଦକ ସୁମନ୍ତ କୁମାର ସ୍ବାଇଁ ଓ ଓଡିଶା ରାଜ୍ୟ ଗାଡି ଚାଳକ ଶ୍ରମିକ ମହାସ˚ଘ କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ତା ସେମାନଙ୍କର ଶତାଧିକ ସମର୍ଥକଙ୍କ ସହ କ˚ଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଆଜି ଏ ନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପ୍ରଦେଶ କ˚ଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ନେତୃବୃନ୍ଦ ଓ ସେମାନଙ୍କର ସମର୍ଥକଙ୍କୁ କ˚ଗ୍ରେସ ଦଳକୁ ଆନୁଷ୍ଠାନିକ ଭାବେ ସ୍ବାଗତ କରିଥିଲେ।

ଏହି ମିଶ୍ରଣ ପର୍ବରେ ପିସିସି ଉପସଭାପତି ତଥା ଢେଙ୍କାନାଳ ଜିଲ୍ଲା କ˚ଗ୍ରେସ ପ୍ରଭାରୀ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଜିଲ୍ଲା କ˚ଗ୍ରେସ ସଭାପତି ସୁରେଶ ପାଣିଗ୍ରାହୀ, ମୁଖପାତ୍ର ପଦ୍ମାକର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର