ଭୁବନେଶ୍ବର : ପୂର୍ବତନ ବିଜେପି ସଂଗଠିକା ସୁଭଦ୍ରା ମିଶ୍ର ଓ ଅଶୋକ କୁମାର ସାହୁଙ୍କ ନେତୃତ୍ବରେ ବହୁ ବିଜେପି କର୍ମୀ ଆଜି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର ମିଶ୍ରଣ ପର୍ବରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ସମସ୍ତ ନେତା ଓ କର୍ମୀଙ୍କୁ ସ୍ବାଗତ କରି ଆନୁଷ୍ଠାନିକ ଭାବେ ଦଳରେ ସାମିଲ କରିଥିଲେ। ଏସବୁ ନେତା ଓ କର୍ମୀଙ୍କ ଯୋଗଦାନ କଂଗ୍ରେସ ଦଳକୁ ଆହୁରି ମଜବୁତ କରିବ ବୋଲି ପିସିସି ସଭାପତି କହିଛନ୍ତି।

Advertisment

ଦଳରେ ସାମିଲ ହେବା ପରେ ଶ୍ରୀମତୀ ମିଶ୍ର, ଶ୍ରୀ ସାହୁ ଓ ଉର୍ମିଳା ମହାରଣା ପ୍ରତିକ୍ରିୟା ରଖି କହିଥିଲେ ଯେ, କଂଗ୍ରେସ ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଦଳରେ ଯୋଗ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବ ପ୍ରତି ସେମାନଙ୍କର ଆସ୍ଥା ରହିଛି। ଦଳ ତାଙ୍କୁ ଯେଉଁ ଦାୟିତ୍ବ ଦେବ ସେମାନେ ନିଷ୍ଠାର ସହ ପାଳନ କରିବେ ବୋଲି କହିଥିଲେ। କଂଗ୍ରେସରେ ଯୋଗଦେଇଥିବା ଅନ୍ୟ ବିଜେପି କର୍ମୀମାନେ ହେଲେ ଦୀପକ କୁମାର ମିଶ୍ର, ମିଥୁନ୍ କୁମାର ପରିଚ୍ଛା, କାହ୍ନୁ ଚରଣ ନାୟକ, ବଳରାମ ସ୍ବାଇଁ, ବିଭୂତି ପ୍ରଧାନ, ଚିଣ୍ଟୁ ଆଚାରୀ, ସୁନିତା ପାଣି, ଆରୋହୀ ଅଜିତା, ଅନୁସୂୟା ମଲ୍ଲିକ, ଶାନ୍ତି ଖଟୁଆ, ମଞ୍ଜୁଲତା ଖଟୁଆ, ହେମ ରାଓ, ମାନସୀ ସ୍ବାଇଁ, ସ୍ବାଗତିକା ନାୟକ, ପ୍ରୀତି ପାଣି, ଗୀତାଞ୍ଜଳି ପଣ୍ଡା ଓ ପ୍ରତିମା ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ। ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଶ୍ବଜିତ ଦାସ, ରଶ୍ମି ମହାପାତ୍ର, ବନ୍ଦିତା ପରିଡ଼ା, ରଜନୀ କୁମାର ମହାନ୍ତି, ବିସ୍ମୟ ମହାପାତ୍ର, ରସିକାନନ୍ଦ ପଟ୍ଟନାୟକ, ମାନସ ଆଚାର୍ଯ୍ୟ, ସତ୍ୟଜିତ ମହାନ୍ତି, ଶୁଭଶ୍ରୀ ପଣ୍ଡା, କୁସୁମ ପ୍ରଧାନ, ଶ୍ରୀୟାସ୍ମିତା ପଣ୍ଡା, ଦିପ୍ତିରାଣୀ ପ୍ରଧାନ, କୈଳାସ ସାହୁ, ଜ୍ଞାନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।