ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ରେଢ଼ାଖାଲ ବ୍ଲକ୍ ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ଜିଲ୍ଲା ପରିଷଦ ଜୋନ୍-୧ର ପ୍ରଥମ ଦୁଇ ରାଉଣ୍ଡର ଫଳାଫଳ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ବିଜେପି ଆଗରେ ରହିଛି। ବିଜେପି ପ୍ରାର୍ଥୀ ହୀରାବତୀ ଭୋଇ ପ୍ରଥମ ରାଉଣ୍ଡରେ ୧୦୦ ଓ ଦ୍ବିତୀୟ ରାଉଣ୍ଡରେ ୮୧ ଭୋଟ ପାଇଛନ୍ତି। ବିଜେଡି ପ୍ରାର୍ଥୀ ଶ୍ରାବଣୀ ଭୋଇ ପ୍ରଥମ ରାଉଣ୍ଡରେ ୫୦ ଓ ଦ୍ବିତୀୟ ରାଉଣ୍ଡରେ ୧୨୨ ଭୋଟ ପାଇଛନ୍ତି। ଏଣେ କଂଗ୍ରେସ ପ୍ରାର୍ଥୀ ସୁକାନ୍ତି ଭୋଇ ପ୍ରଥମ ରାଉଣ୍ଡରେ ୧୬ ଓ ଦ୍ବିତୀୟ ରାଉଣ୍ଡରେ ୩ ଭୋଟ ପାଇଛନ୍ତି।
ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ଜିଲ୍ଲା ପରିଷଦ ଜୋନ୍-୧ର ପ୍ରଥମ ଦୁଇ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ
/sambad/media/post_attachments/wp-content/uploads/2022/02/bjp-leads-26_thumb.jpg)