ପୁରୀ/କାକଟପୁର: କାକଟପୁର ବିଧାନସଭା ଟିକେଟ୍ ଆଶାରେ କିଛିଦିନ ତଳେ କଂଗ୍ରେସ ଛାଡ଼ି ବିଜେପି ହାତ ଧରିଥିବା ବିଶ୍ବଭୂଷଣ ଦାସ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଜେପି ବାଇଧର ମଲ୍ଲିକଙ୍କୁ କାକଟପୁର ବିଧାନସଭା କ୍ଷେତ୍ର ପାଇଁ ଟିକେଟ ଦେବାପରେ ପୁଣିଥରେ କଂଗ୍ରେସକୁ ଫେରିବା ସହ ଟିକେଟ ପାଇଁ ଲବି ଆରମ୍ଭ କରି ଦେଇଛନ୍ତି। ପ୍ରଥମେ କଂଗ୍ରେସ ଓ ଆଜି ବିଜେପିରୁ ଇସ୍ତଫା ପରେ ବିଶ୍ବଭୂଷଣଙ୍କ ରାଜନୈତିକ କ୍ୟାରିୟରର ଭବିଷ୍ୟତ କ’ଣ ହେବ, ତାକୁ ନେଇ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି। ପୁରୁଖା କଂଗ୍ରେସ ନେତା ବିଶ୍ବଭୂଷଣ ୨୦୦୯ରୁ କଂଗ୍ରେସ ଟିକେଟରେ ଲଢ଼ି ଆସୁଛନ୍ତି। ୨୦୦୯ରେ ପରାଜିତ ହୋଇଥିଲେ ବି ବିଜେଡିର ସେ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଥିଲେ ଓ ପ୍ରାୟ ୫୯ହଜାର ଭୋଟ୍ ପାଇଥିଲେ। ୨୦୧୪ରେ କଂଗ୍ରେସ ବିଶ୍ବଭୂଷଣଙ୍କ ବଦଳରେ ରବୀନ୍ଦ୍ର କୁମାର ସେଠୀଙ୍କୁ ଟିକେଟ ଦେଇଥିଲା। ରବୀନ୍ଦ୍ର ବି ପ୍ରାୟ ୪୯ହଜାର ଭୋଟ୍ ପାଇଥିଲେ।
୨୦୧୯ରେ କଂଗ୍ରେସ ପୁଣିଥରେ ବିଶ୍ବଭୂଷଣଙ୍କୁ ଟିକେଟ ଦେଇଥିଲା। ୨୦୧୯ରେ ବି ବିଶ୍ବଭୂଷଣଙ୍କ ସ୍ଥିତି ବହୁତ ଭଲ ଥିଲା ଏବଂ ସେ ପ୍ରାୟ ୪୬ହଜାର ଭୋଟ୍ ପାଇଥିଲେ। ବିଜେପିର ରବି ମଲ୍ଲିକ ପ୍ରାୟ ୩୦ହଜାର ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ।। ଆରମ୍ଭରୁ ବିଜେଡି ସହ ଟକ୍କର ଦେଇ ଆସୁଥିବା ଓ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବେ ରହି ଆସିଥିବା କଂଗ୍ରେସ ବି ଏଥର ଭଲ ପ୍ରଦର୍ଶନ କରି ଆଶା ରଖିଥିଲା। କିନ୍ତୁ କଂଗ୍ରେସରୁ ଏକପ୍ରକାର ପ୍ରାର୍ଥୀ ପାଇଁ ଚୂଡ଼ାନ୍ତ ହୋଇ ସାରିଥିବା ବିଶ୍ବଭୂଷଣ ଶେଷମୁହୂର୍ତ୍ତରେ ଦଳ ଛାଡ଼ି ବିଜେପିରେ ମିଶିଥିଲେ। ବିଜେପି ବାଇଧରଙ୍କୁ କାକଟପୁର ବିଧାନସଭା ଟିକେଟ ଦେବାପରେ କଂଗ୍ରେସକୁ ପୁଣି ଫେରିବା ପାଇଁ ବିଶ୍ବଭୂଷଣ ରାଜ୍ୟ ଓ ଜାତୀୟସ୍ତରର ନେତାଙ୍କୁ ଗୁହାରି ହୋଇଛନ୍ତି। କିଛିଦିନ ତଳେ ସେ ଦିଲ୍ଲୀରେ ଡେରା ପକାଇଥିଲେ। କୁହାଯାଉଛି, ସେ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ବି ଭେଟି ତାଙ୍କୁ ପୁଣିଥରେ ଦଳରେ ମିଶାଇବାକୁ ନିବେଦନ କରିଛନ୍ତି। କିନ୍ତୁ ଦଳ କି ନିଷ୍ପତ୍ତି ନେଉଛି, ତାହା ଦେଖିବାକୁ ବାକି ରହିଛି। ସୂଚନାଯୋଗ୍ୟ, ବିଜେଡି ଓ ବିଜେପି କାକଟପୁର ଆସନ ଟିକେଟ୍ ଘୋଷଣା କରି ସାରିଥିବା ବେଳେ କଂଗ୍ରେସ ଅଦ୍ୟାବଧି କାହାରିକୁ ଟିକେଟ ଦେଇନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/fhfsfssfhsfhfh.jpg)