ଭୁବନେଶ୍ବର : ଆସନ୍ତା ୨୯ ତାରିଖରେ ମତଦାନ ହେବାକୁ କେନ୍ଦ୍ରାପଡ଼ାରେ ବୁଥ ରିଗିଂ କରିବାକୁ ବିଜେଡି ଉଦ୍ୟମ କରୁଛି। ଏ ନେଇ ବିଦ୍ଧିବଦ୍ଧ ଭାବେ ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ତଥା ବିଜୁ ଯୁବ ବାହିନୀର ପୂର୍ବତନ ସିଇଓ ଅରୁପ ପଟ୍ଟନାୟକ କେନ୍ଦ୍ରପଡ଼ାରେ ପହଞ୍ଚି ଯୁବ ବାହିନୀର ସଦସ୍ୟଙ୍କୁ ବିଜେଡି ଦଳର ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିଛନ୍ତି ବୋଲି ବିଜେପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଛି। ବିଜେପି ଅଭିଯୋଗ ପତ୍ରରେ ଦର୍ଶାଇଛି ସରକାରୀ ରାଜକୋଷରୁ ଦରମା ନେଉଥିବା ଯୁବ ବାହିନୀର ସଦସ୍ୟମାନେ ଯୋଜନାବଦ୍ଧ ଭାବେ କିପରି ବୁଥଗୁଡ଼ିକୁ ରିଗିଂ ଏବଂ କ୍ୟାପଚରିଂ କରାଯିବ ତାହାର ତାଲିମ ନେଉଛନ୍ତି। ଖୋଦ ଅରୁପ ପଟ୍ଟନାୟକ ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କୁ ବୁଥ୍ ରିଗିଂ ଓ ଜବର ଦଖଲ କରିବାର ଟିପ୍ସ ଦେଉଥିବା ପ୍ରମାଣ ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହୋଇଥିବା ବିଜେପି ଅଭିଯୋଗ କରିଛି। ବିଶେଷକରି ନିର୍ବାଚନରେ ହିଂସା ଏବଂ ଆତଙ୍କ ଖେଳାଇ ବିଜେଡି ନିର୍ବାଚନ ଜିତିବା ପାଇଁ ଏହି ବାହିନୀଙ୍କୁ କାର୍ଯ୍ୟରେ ଲଗାଇଛି। ଯାହାକି ବେଆଇନ। ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କ ସହ ତୁରନ୍ତ ଅରୁପ ପଟ୍ଟନାୟକଙ୍କୁ କେନ୍ଦ୍ରାପଡ଼ାରୁ ବାହାର କରିବାକୁ ବିଜେପି ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି ରଖିଛି। ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଅଭିଯୋଗ ପତ୍ର ପ୍ରଦାନ କରିବାକୁ ଯାଇଥିବା ପ୍ରତିନିଧିଦଳରେ ବିଜେପି ନେତା ରବିଶଙ୍କର ପଟ୍ଟନାୟକ, ଚିତ୍ରଲେଖା ମହାନ୍ତି, କସ୍ତୁରୀ ମିଶ୍ର, ହିତେଶ ମହାପାତ୍ର ଓ ସରୋଜ ସାମଲ ପ୍ରମୁଖ ସାମିଲ ଥିଲେ।
ବିଜେଡି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେପି
/sambad/media/post_attachments/wp-content/uploads/2019/04/odisha-CEO-f-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)