ବିଜେପିର ନିର୍ବାଚନୀ ସଙ୍ଗୀତ, ଭିଡିଓ, ପୋଷ୍ଟର୍ ଉନ୍ମୋଚିତ

ଭୁବନେଶ୍ବର : ସାଧାରଣ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ନିର୍ବାଚନୀ ପ୍ରଚାର ସଙ୍ଗୀତ, ଭିଡିଓ ଓ ପୋଷ୍ଟର୍ ଆଜି ଉନ୍ମୋଚିତ ହୋଇଛି। ଏହା ସହ ଡିଜିଟାଲ୍ ପ୍ରଚାର ଗାଡ଼ିର ମଧ୍ୟ ଶୁଭାରମ୍ଭ କରାଯାଇଛି। ପ୍ରଚାର ଗାଡ଼ି ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀ‌େର ବୁଲି ଲୋକଙ୍କୁ ସଚେତନ କରାଇବା ସହ ଦେଶରେ ଆଉ ଥରେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରାଇବା ପାଇଁ ପ୍ରଚାର କରିବ। କେନ୍ଦ୍ର ମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପ୍ରଭାରୀ ଅରୁଣ ସିଂହ, ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ, ଦାମୋଦର ରାଉତ ଓ ବିଜୟ ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ନେତା ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଏହି ପ୍ରଚାର ଅଭିଯାନର ଶୁଭାରମ୍ଭ କରିଥିଲେ।  ନିର୍ବାଚନ ପାଇଁ ପ୍ରସ୍ତୁତ ମ୍ୟୁଜିକ୍ ଭିଡିଓରେ ଫିର୍ ଏକ ବାର୍ ମୋଦୀ ସରକାର ଏବଂ ରାଜ୍ୟରେ ସରକାର ବଦଳିବା ଦରକାର ନାରା ଦିଆଯାଇଛି। ‘ମୋଦୀ ରଙ୍ଗ ଲାଗିଲା ବିକାଶର ରଙ୍ଗ ଲାଗିଲା’, ‘ନୂଆ ଆଶା ପୂରା ଭରସା ମୋଦୀଙ୍କ ସାଥେ ନୂଆ ଓଡ଼ିଶା’, ‘ଭୋଟ୍‌ ଦେ ମା’ ଆମ ପଦମ ଫୁଲେ’ ଆଦି ଅନେକ ନିର୍ବାଚନୀ ସଙ୍ଗୀତ ନେଇ ଭିଡିଓ ପ୍ରସ୍ତୁତ କରାଯାଇଛି। ସେହିପରି ଡିଜିଟାଲ୍‌ ପ୍ରଚାର ଗାଡ଼ିରେ ନରେନ୍ଦ୍ର ମୋଦୀଙ୍କ ଶାସନରେ ହୋଇଥିବା ବିକାଶକୁ ପ୍ରଦର୍ଶିତ କରାଯିବ।

ସମ୍ବନ୍ଧିତ ଖବର