‘ବିଜେଡି ସମ୍ବିଧାନ ସଂଶୋଧନ କରି ମହିଳାଙ୍କୁ ଅଗ୍ରାଧିକାର ଦେଉ’

ଭୁବନେଶ୍ବର : ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ସଭାପତି ପ୍ରଭାତି ପରିଡ଼ା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯଦି ମହିଳାଙ୍କୁ ସମ୍ମାନ ଦେବାକୁ ଚାହୁଁଛନ୍ତି ତେବେ ଆସନ୍ତାକାଲି ବିଜେଡି ସମ୍ବିଧାନ ସଂଶୋଧନ କରି ମହିଳାମାନଙ୍କୁ ଅଗ୍ରାଧିକାର ପ୍ରଦାନ କରନ୍ତୁ।

ବିଷ୍ଣୁ ଦାସଙ୍କ ପରି ୩/୪ଜଣ ରାଜ୍ୟସଭା ସାଂସଦଙ୍କୁ ଇସ୍ତଫା ଦେବାକୁ କହି ସେମାନଙ୍କ ସ୍ଥାନରେ ମହିଳାଙ୍କୁ ରାଜ୍ୟସଭାକୁ ପଠାନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ୨ଜଣ ମହିଳା ମନ୍ତ୍ରୀ ଅଛନ୍ତି। ଯଦି ସେ ୩୩% ମହିଳା ସଂରକ୍ଷଣ ଚାହୁଁଛନ୍ତି ତେବେ ଆଉ ୫/୬ଜଣ ମହିଳା ବିଧା‌ୟକଙ୍କୁ ମନ୍ତ୍ରୀ କରାନ୍ତୁ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।

ସେ କହିଛନ୍ତି ଯେ, ବିଜେପି ନିଜ ସଙ୍ଗଠନର ସବୁ ସ୍ତରରେ ଏକ ତୃତୀୟାଂଶ ମହିଳାଙ୍କ ପାଇଁ ସଂରକ୍ଷିତ ରଖିଛି। ବୈଦେଶିକ, ପ୍ରତିରକ୍ଷା ସମେତ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ସଫଳତା ସହ ସମ୍ପାଦିତ କରୁଛନ୍ତି।

ସମ୍ବନ୍ଧିତ ଖବର