ବଲାଙ୍ଗୀର: ମହିଳା ଓ ଶିଶୁଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଥିଲା ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚା। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠି କରିଥିଲେ ଯେ ରାଜ୍ୟରେ ଶୀଘ୍ର ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଠ ସ୍ଥାପନ କରାଯାଉ। କିନ୍ତୁ ରାଜ୍ୟ ସରକାର ଶୁଣିଲେ ନାହିଁ।

Advertisment

ତେଣୁ ରାଜ୍ୟରେ ମହିଳା ଓ ଶିଶୁ ନ୍ୟାୟ ପାଇପାରୁ ନାହାନ୍ତି ବୋଲି ଅଭିଯୋଗ କରିଛି ମହିଳା ମୋର୍ଚ୍ଚା। ଏହା ସହିତ ସନ୍‌ସାଇନ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ କେବେ ମିଳିବ ନ୍ୟାୟ ବୋଲି ପ୍ରଶ୍ନ କରିଛି ମହିଳା ମୋର୍ଚ୍ଚା। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମାହାନନ୍ଦ, ସଞ୍ଜୁ ନାଏକ, ଆରତୀ ଗୁରୁ, ଫିରୋଜୀ ବିବି, ବନଶ୍ରୀ ଆଚାର୍ଯ୍ୟ, ବାସନ୍ତୀ ଜେନା, ଅନୁସୟା ବାବୁ, ସୌଦାମିନୀ ମିଶ୍ର, ସସ୍ମିତା ବେହେରା, ଗାୟତ୍ରୀ ଦାସ, ସତ୍ୟବତୀ ଗୁରୁ, ଅରୁଣା ବାଗ, ପୀତାମ୍ବର ଖମାରୀ, ଧର୍ମେନ୍ଦ୍ର ଅଗ୍ରୱାଲ, ଲଳିତ ଶର୍ମା, ଦୟା ପାତ୍ର, ସନ୍ତୋଷ ସାହୁ ରାଜ୍ୟ ସରକାର ମହିଳା ଓ ଶିଶୁଙ୍କୁ ସୁରକ୍ଷା ଦେଉନଥିବା ଅଭିଯୋଗ କରି ଏହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଲଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।