କେନ୍ଦ୍ରାପଡା ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ, ସମସ୍ତ ଅଭିଯୁକ୍ତ ଗିରଫ ନହେଲେ ଆନ୍ଦୋଳନ ଚେତାବନୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା କ୍ରେଡିଟ କୋ’ପରେଟିଭ ସୋସାଇଟି ଯୌନ ଶୋଷଣ ମାମଲାରେ ପୀଡ଼ିତା ଯୁବତୀଙ୍କୁ ଆଜି ଭେଟିଛି ବିଜେପି ପ୍ରତିନିଧି ଦଳ। ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରାପଡା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ କାନନବାଳା ଦାସଙ୍କ ସମେତ ଅନ୍ୟ ବରିଷ୍ଠ ନେତ୍ରୀ ଆଜି ପୀଡିତାଙ୍କ ମହାକାଳପଡା ରାଜଗଡ଼ ପଂଚାୟତ ଅଞ୍ଚଳରେ ଥିବା ଘରକୁ ଯାଇ ତାଙ୍କୁ ଭେଟିବା ସହିତ ଘଟଣା ସଂପର୍କରେ ଆଲୋଚନା କରିଥିଲେ। ପୀଡିତାଙ୍କୁ ଭେଟିବା ପରେ ଶ୍ରୀମତୀ ପରିଡ଼ା କହିଥିଲେ ଯେ ଅଭିଯୁକ୍ତଙ୍କୁ ଶାସକ ବିଜେଡି ଦଳ ସୁରକ୍ଷା ଦେଉଛି। କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିରେ ହୋଇଥିବା ଯୌନ କେଳେଙ୍କାରୀ ଘଟଣାରେ ଯେଉଁମାନେ ସଂପୃକ୍ତ ଅଛନ୍ତି, ସମସ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ।

ସମ୍ବନ୍ଧିତ ଖବର