ରାଜ୍ୟସରକାର ମହିଳା ବିରୋଧୀ: ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର : ରାଜ୍ୟ ସରକାର ମହିଳାବିରୋଧୀ। ମହିଳାଙ୍କ ଉପରେ ଅତ୍ୟାଚାର ସୀମା ଲଂଘିଥିବା ବେଳେ ନାବାଳିକା ଅପରାଧୀଙ୍କ ଟାର୍ଗେଟ୍‌ରେ ରହିଛନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀ ଗୃହ ବିଭାଗରେ ରହିଥିବା ବେଳେ ରାଜ୍ୟରେ ଏଭଳି ଦୃଶ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଣୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର। ଏନେଇ ଆଜି ମାଷ୍ଟରକ୍ୟାଣ୍ଟିନ୍‌ଠାରେ ମୋର୍ଚ୍ଚା ପକ୍ଷରୁ ବି‌କ୍ଷୋଭ ପ୍ରଦର୍ଶନ କରାଯିବା ବେଳେ ସେ ଏହା ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, କାନନବାଳା ପଟ୍ଟନାୟକ, ନିୟତି ଗିରି, ରଶ୍ମୀରେଖା ଦାସ, ସୋନାଲି ସାହୁ, ଇରାନୀ ରାୟ, ମାନସୀ ମଞ୍ଜରୀ ରାୟ ପାଢ଼ୀ ପ୍ରମୁଖଙ୍କ ସମେତ ଶତାଧିକ ସାମିଲ ଥିଲେ।

ସମ୍ବନ୍ଧିତ ଖବର