ବିଜେପିର ମହିଳା ସୁରକ୍ଷା ଯାତ୍ରା ଉଦ୍‌ଯାପିତ

ମାହାଙ୍ଗା/ନିଶ୍ଚିନ୍ତକୋଇଲି : ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗତମାସ ୧୭ ତାରିଖରୁ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ଯାତ୍ରା ଆଜି ସନ୍ଧ୍ୟାରେ କଟକ ଜିଲ୍ଲାର ମାହାଙ୍ଗାରେ ଉଦ୍‌ଯାପିତ ହୋଇଯାଇଛି। ଏହି ଉପଲକ୍ଷେ ମାହାଙ୍ଗା ବ୍ଲକ୍‌ ଗୋକନସ୍ଥିତ ଭଞ୍ଜମଣ୍ଡପରେ ଆୟୋଜିତ ସମାବେଶରେ ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ବିଜୟା ରାହାତକର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରିଥିଲେ। ମହିଳାଙ୍କ ସୁରକ୍ଷା ପାଇଁ ଲଢ଼େଇ ଜୋର୍‌ଦାର ହେବ ବୋଲି ସମାବେଶରେ ସେ ଚେତାଇ ଦେଇଥିଲେ।

ବିଜେପି ଯୁବନେତା ସାରଦା ପ୍ରଧାନଙ୍କ ନେତୃତ୍ୱ ତଥା କଟକ ଜିଲ୍ଲା ମହିଳା ମୋର୍ଚ୍ଚା ସଂପାଦିକା ଯାଜ୍ଞସେନୀ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ପ୍ରଭାତୀ ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅଭିନେତ୍ରୀ ମହାଶ୍ୱେତା ରାୟ, କମଳା ବସ୍ତିଆ, ନାରୀନେତ୍ରୀ ରଶ୍ମିରେଖା, ସ୍ମୃତି ପଟ୍ଟନାୟକ, କଳ୍ପନା ଲେଙ୍କା ପ୍ରମୁଖ ସମାବେଶରେ ଯୋଗ ଦେଇଥିଲେ। ଶେଷରେ, ମହିଳା ମୋର୍ଚ୍ଚା ନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର