୩୧ରେ କ୍ରାଇମ୍‌ବ୍ରାଞ୍ଚ୍ ଅଫିସ୍ ଘେରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ବର : ପିପିଲିର ବେବିନା ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି ଘୋଷଣା କରିଛି। ଅଭିଯୁକ୍ତମାନେ ନି‌େର୍ଦ୍ଦାଷରେ ଖଲାସ ହେବା ପଛରେ କ୍ରାଇମ୍‌ବ୍ରାଞ୍ଚ୍‌ର ହାତ ଅଛି ବୋଲି ବିଜେପି ମହିଳା ମୋର୍ଚ୍ଚା ଅଭି‌େଯାଗ ଆଣିଛି। ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ମନ୍ତ୍ରୀ ପ୍ରଦୀପ ମହାରଥୀ ଅତ୍ୟନ୍ତ ସମ୍ବେଦନହୀନ ବୟାନ ଦେଲା ପରେ ବି ମୁଖ୍ୟମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେଉଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ନ୍ୟାୟ ଦେବା ବଦଳରେ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଦାୟିତ୍ବ‌େର ଥିଲେ ବି ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ ହେଉଛି। ସେଥି ପାଇଁ ଦୋଷୀ ଖସିଯାଇଛନ୍ତି ଓ ନିରୀହ ଝିଅର ପରିବାର ନ୍ୟାୟ ପାଇନାହାନ୍ତି। କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ବି କ୍ରାଇମ୍‌ବ୍ରାଞ୍ଚ୍‌ର ଏପରି ସନ୍ଦେହଜନକ ଭୂମିକା ଥିଲା। ତେଣୁ କ୍ରାଇମ୍‌ବ୍ରାଞ୍ଚ୍‌ର ଏପରି ମହିଳା ବିରୋଧୀ ଆଚରଣ ପାଇଁ ଆସନ୍ତା ୩୧ ତାରିଖରେ କ୍ରାଇମ୍‌ବ୍ରାଞ୍ଚ୍‌ ଅଫିସ୍ ଘେରାଉ କରାଯିବ ବୋଲି ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର