ଭୁବନେଶ୍ବର : ଧାମନଗର ଉପନିର୍ବାଚନରେ ଶାସକ ବିଜେଡି ଏସ୍ଏଚ୍ଜି ଗ୍ରୁପ୍ ସହାୟତାରେ ଅନୈତିକ ଉପାୟରେ ବ୍ୟାପକ ଟଙ୍କା ବାଣ୍ଟୁଛି। ଏହା ଦ୍ୱାରା ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଆଦୌ ସମ୍ଭବ ନୁହେଁ। ତେଣୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଯାଏଁ ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ଏସ୍ଏଚ୍ଜି ଗ୍ରୁପର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିବାକୁ ବିଜେପି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ନିକଟରେ ଦାବି କରିଛି। ଆଜି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ଦଳର ମୁଖପାତ୍ର ସୋନାଲି ସାହୁ, ଲିଗାଲ୍ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ ପ୍ରମୁଖ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp