ଆନ୍ଦୋଳନକାରୀ ଏଏନ୍‌ଏମ୍‌କୁ ଭେଟିଲା ବିଜେପି

ଭୁବନେଶ୍ବର : ସ୍ଥାୟୀ ନିଯୁକ୍ତି ଦାବିରେ ଏଏନ୍‌ଏମ୍ ସ୍ବାସ୍ଥ୍ୟକର୍ମୀମାନଙ୍କ ଧାରଣା ଆଜି ନବମ ଦିନରେ ପହଞ୍ଚିଛି। ଲୋୟର୍ ପିଏମ୍‌ଜିରେ ଧାରଣାରତ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଆଜି ବିଜେପିର ଏକ ପ୍ରତିନିଧି ଦଳ ଭେଟିଛି। ୩ ମାସ ଧରି ବିନା ପାରିଶ୍ରମିକରେ କାମ କରିଥିବା ଏହି ଏଏନ୍‌ଏମ୍‌ମାନଙ୍କ ସ୍ଥାୟୀ ନିଯୁକ୍ତି ସମସ୍ୟା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ରାଜ୍ୟ ସରକାର ଯଦି ଏହି ମହିଳା ସ୍ବାସ୍ଥ୍ୟକର୍ମୀମାନଙ୍କ ସମସ୍ୟା ସମାଧାନ ନକରନ୍ତି ତେବେ ଆଗାମୀ ଦିନରେ ବିଜେପି ଆନ୍ଦୋଳନରେ ସାମିଲ ହେବ ବୋଲି ଶ୍ରୀମତୀ ସାମନ୍ତରାୟଙ୍କ ସମେତ ଦିଲ୍ଲୀପ ମଲ୍ଲିକ୍ ଓ ସୁରଥ ବିଶ୍ବାଳ କହିଛନ୍ତି।

ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଓ ଓଡ଼ିଶା ଏଆଇସିସିୟୁର ମହେନ୍ଦ୍ର ପରିଡ଼ା ଏଏନ୍‌ଏମ୍ କର୍ମୀଙ୍କ ଦାବି ପୂରଣ ଦିଗରେ ଶୀଘ୍ର ପଦକ୍ଷେପ ନେବାକୁ କହିଛନ୍ତି। ତେବେ ଆସନ୍ତା ସୋମବାର କଂଗ୍ରେସ ବିରୋଧୀ ଦଳର ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତ।

ସମ୍ବନ୍ଧିତ ଖବର