ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ଦେଖାଯାଇଛି। ନେତାମାନେ ଲୋକ ସମର୍ଥନ ସଂଗ୍ରହ କରିବାରେ ବ୍ୟସ୍ତ ରହୁଛନ୍ତି। ଆଗାମୀ ଦିନରେ କେନ୍ଦ୍ରୀୟ ନେତାମାନେ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ୨୧ ସଂସଦୀୟ କ୍ଷେତ୍ରକୁ ୨୧ କେନ୍ଦ୍ର ନେତୃତ୍ୱ ଆସିବେ। ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସିବେ।
ଶ୍ରୀ ମିଶ୍ର କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ ରାଉରକେଲାରେ ବିଜେପି ରଣନୀତି ପ୍ରସ୍ତୁତ କରିଛି। ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ ଏବଂ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏଥିରେ ସାମିଲ ହୋଇଛନ୍ତି। ରାଜ୍ୟ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚା ଏବଂ ବିଭିନ୍ନ କମିଟି ସହ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ଉପସ୍ଥିତ। ଆଗାମୀ ରଣନୀତି ନେଇ ଚାଲିଛି ଅଙ୍କକଷା। ସଙ୍ଗଠନ ମଜଭୁତ ଓ ବୁଥ ମ୍ୟାନେଜମେଣ୍ଟ ନେଇ ଆଲୋଚନା ହୋଇଛି। ଦିଲ୍ଲୀରେ ପ୍ରସ୍ତୁତ ହୋଇଥିବା ରୋଡମ୍ୟାପକୁ କାର୍ଯ୍ୟକାରୀ କରିବା ସହ ରାଜ୍ୟ ପଦାଧିକାରୀ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ।
ଗତକାଲି (ଗୁରୁବାର) ବିଳମ୍ବିତ ରତାଇ ଯାଏଁ ବୈଠକ ପରେ ଆଜି (ଶୁକ୍ରବାର) ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ବିଜେଡିର ସବୁ ଷଡ଼ଯନ୍ତ୍ରକୁ ଚାଲେଞ୍ଜ କରିବାକୁ ନେଇ ଚର୍ଚ୍ଚା ହୋଇଛି। ଟଙ୍କା, ସରକାରୀ କଳ, ପୁଲିସ ବଳକୁ ପ୍ରତିହତ କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି। ଏପଟେ ୫ ଦିନ ହେବ ରାଉରକେଲାରେ ଡେରା ପକାଇଛନ୍ତି ଆରଏସ୍ଏସ ମୁଖ୍ୟ ମୋହନ ଭାଗବତ।